29.1 C
Bhubaneswar
Thursday, April 25, 2024
Homeଓଡିଶାବିଧାନସଭା ପୂର୍ବରୁ ସଂଗଠନ ଓ ବୁଦ୍ଧିଜିବଙ୍କ ଠୁ ପ୍ରସ୍ତାବ ଗ୍ରହଣ କଲେ ନରସିଂହ

ବିଧାନସଭା ପୂର୍ବରୁ ସଂଗଠନ ଓ ବୁଦ୍ଧିଜିବଙ୍କ ଠୁ ପ୍ରସ୍ତାବ ଗ୍ରହଣ କଲେ ନରସିଂହ

ଜନମତ ଓ ନରସିଂହ
ବଲାଙ୍ଗିର:- ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଥିବା ଅଗ୍ରଣୀ ସାମାଜିକ, ସାଂସ୍କୃତିକ ସଂଗଠନ, ବୁଦ୍ଧିଜିବି ଓ ବରିଷ୍ଠ ନାଗରିକଙ୍କ ଠୁ ଆଗାମୀ ବିଧାନସଭା ଅଧିବେଶକୁ ଆଖି ଆଗରେ ରଖି ବଲାଙ୍ଗିରର କଣ ସବୁ ସମସ୍ୟା ରହିଛି ସେ ଉପରେ ଆଲୋଚନା ତଥା ଲୋକଙ୍କ ପ୍ରସ୍ତାବ ବିଧାନସଭାରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୂର୍ବ ବର୍ଷ ଭଳି ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ଲୋକମାନଙ୍କୁ ବିଭିନ୍ନ ବିକାଶମୂଳକ ପ୍ରସ୍ତାବ ଦେବାକୁ ଆହ୍ୱାନ କରିଥାନ୍ତି । ଗତ ଦେଢବର୍ଷ ହେବ କରୋନା ମହାମାରି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ତେଣୁ ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରାୟ ୭୦ରୁ ଅଧିକ ସଂଗଠନ ଓ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ । ପ୍ରସ୍ତାବମାନଙ୍କ ମଧ୍ୟରେ ପ୍ରାୟତଃ ସଂଗଠନ ଜିଲ୍ଲା ତଥା ବଲାଙ୍ଗିର ନିର୍ବାଚନ ମଣ୍ଡଳି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆସନ୍ନ ମରୁଡି, ଜଳସେଚନ, ଟ୍ରାଫିକ ସମସ୍ୟା ଉପରେ ବିଭିନ୍ନ ପ୍ରସ୍ତାବମାନ ଦେଇଥିôଲେ । ଆଲୋଚନା ସମୟରେ କରୋନା ତୃତୀୟ ଲହରକୁ ନେଇ ଜିଲ୍ଲା ସ୍ତରରେ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ତଥା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ସଂଗରୋଧ କେନ୍ଦ୍ର, ଔଷଧ, ଅମ୍ଲଜାନ, ଆଇସିୟୁ ବେଡ୍ ଏ ସବୁ ପ୍ରସ୍ତୁତ କରିବା ପାଇଁ କଣ ସବୁ ପ୍ରସ୍ତୁତି ହୋଇଛି ସେ ସବୁ ଉପରେ ବିଧାୟକ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ବିଭିନ୍ନ ପ୍ରସ୍ତାବମାନ ଆସିଥିଲା । ଯେହେତୁ ଆଶଙ୍କା କରାଯାଉଥିବା ତୃତୀୟ ଲହରରେ ଛୋଟ ଛୁଆମାନେ ବେଶି ସଂକ୍ରମିତ ହେବେ ବୋଲି କୁହାଯାଉଛି ସେଥି ପାଇଁ ପ୍ରସ୍ତୁତ ରହିବାକୁ ବିଧାୟକ ସ୍ୱାସ୍ଥ୍ୟ ବିଭାଗ ସହିତ କଥା ହୁଅନ୍ତୁ ବୋଲି ଲୋକେ କହିଥିଲେ । ଲୋୟର ସୁକତେଲ ବିସ୍ଥାପିତ ଏବଂ ଥଇଥାନକୁ ନେଇ ପଚାରିଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିôଲେ ପ୍ରାୟତଃ ସରକାର ଘୋଷଣା କରିଥିବା ଥଇଥାନ କେନ୍ଦ୍ର ସୁବିଧା ସୁଯୋଗ ଘୋଷଣାରେ ସୀମିତ ଅଛି । ଏହାକୁ ନେଇ ବିଧାନସଭାରେ ନିଶ୍ଚିତ ଭାବରେ ପ୍ରଶ୍ନ ରଖାଯିବ ବୋଲି ସେ କହିଥିଲେ । କାରଣ ବିସ୍ଥାପିତଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ରମାନଙ୍କରେ ଲୋକଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟ ପ୍ରଶାସନ ଏବଂ ସରକାର କରିପାରିନାହାନ୍ତି । କୃଷି, କୃଷକ ଓ ଅସନ୍ନ ମରୁଡିକୁ ନେଇ ମଧ୍ୟ ବିଭିନ୍ନ ପ୍ରସ୍ତାବମାନ ବକ୍ତାମାନେ ଦେଇଥିଲେ । ଯାହାକୁ କି ବିଧାନସଭାରେ ଏ ସବୁ ପ୍ରସ୍ତାବକୁ ନେଇ ବେଶ ସରଗରମ ଆଲୋଚନା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ, କଲେଜରେ ଅଧ୍ୟାପକ ମରୁଡି, ଭୂମିହୀନଙ୍କୁ ଘର ଓ ଡିହ ତଥା ବିଧାନସଭାରେ ଆଲୋଚନା କରିବା ପାଇଁ ବିଭିନ୍ନ ପ୍ରସ୍ତାବମାନ ଆସିଥିଲା । ବିଦ୍ୟାଳୟମାନଙ୍କରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅବସର ପରେ ସେ ସ୍ଥାନରେ ନୂଆ ନିଯୁକ୍ତି କରାଯାଉ ନ ଥିବାରୁ ଧିରେ ଧିରେ ବିଦ୍ୟାଳୟର ବିଭିନ୍ନ କାମ ସୁଚାରୁ ରୂପେ ହୋଇପାରୁ ନ ଥିବା ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ସହର ସୌନ୍ଦର୍ଯିକରଣ, ବନ୍ଧକଟାର ଉନ୍ନତିକରଣ, ପର୍ଯ୍ୟଟନର ଉନ୍ନତିକରଣ, ବେକାର ଯୁବକଙ୍କ କର୍ମସଂସ୍ଥାନ, କ୍ରିଡା କ୍ଷେତ୍ରରେ ଦକ୍ଷତା ନିରୁପଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପିଇବା ପାଣି ସମସ୍ୟା ଏବଂ ଜିଲ୍ଲାର ବିକାଶରେ ଅବଦାନ ଥିବା ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତି ଯେଉଁମାନେ କି ଆମ ଗହଣରେ ନାହାନ୍ତି ସେମାନଙ୍କ ପ୍ରତିମୁର୍ତ୍ତି ସହର ମଧ୍ୟରେ ସ୍ଥାପନ କରିବା ପାଇଁ ଅଂଶଗ୍ରହଣ କରିଥିବା ସଂଗଠନ ଓ ବୁଦ୍ଧିଜିବିମାନେ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ପ୍ରସ୍ତାବକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆଗାମୀ ବିଧାନସଭାରେ ଠିକ୍ ଢଙ୍ଗରେ ଆଲୋଚନା କରି ସେ ସବୁ ସଫଳ ରୂପାୟନ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେବା ସହ ସଭା ସଂଯୋଜନା କରୁଥିବା ସଂଯୋଜକ ଧର୍ମେନ୍ଦ୍ର ନନ୍ଦ ସବୁ ସଂଗଠନ, ବୁଦ୍ଧିଜିବିଙ୍କୁ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking