27.1 C
Bhubaneswar
Tuesday, May 7, 2024
Homeଓଡିଶାକେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ଵାରା ଜେଏସପିର ମନୀଷ ଖରବନ୍ଦା ସମ୍ମାନିତ

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ଵାରା ଜେଏସପିର ମନୀଷ ଖରବନ୍ଦା ସମ୍ମାନିତ

ଭୁବନେଶ୍ୱର, : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ପରାମର୍ଶଦାତା (ଆଇନ) ଶ୍ରୀ ମନୀଷ ଖରବନ୍ଦା ନୂଆଦିଲ୍ଲୀରେ ଆୟୋଜିତ ଫୋର୍ବସ୍ ଇଣ୍ଡିଆ ଲିଗାଲ୍ ପାୱାରଲିଷ୍ଟ-୨୦୨୧ ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମରେ ମାନ୍ୟବର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି ।

ଆଇନ ପରାମର୍ଶ ସେବା କ୍ଷେତ୍ରରେ ତାଙ୍କର ସଫଳତା ଏବଂ ନେତୃତ୍ଵ ପାଇଁ ଶ୍ରୀ ଖରବନ୍ଦା ଫୋର୍ବସ୍ ଲିଗାଲ୍ ପାୱାର୍ ଲିଷ୍ଟ-୨୦୨୧ ରେ ଭାରତର ଶ୍ରେଷ୍ଠ ୫୦ ଜେନେରାଲ୍ କାଉନସେଲ ମଧ୍ୟରୁ ଅନ୍ୟତମ ଭାବରେ ନାମିତ ହୋଇଥିଲେ।

ଏହି ସମ୍ମାନ ନିମନ୍ତେ ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ନିଜ ଟିମ୍ କୁ ଧନ୍ୟବାଦ ଜଣାଇଥିଲେ । ଆଇନ ପରାମର୍ଶ କ୍ଷେତ୍ରରେ ତାଙ୍କର ସଫଳତା ଏବଂ ଦୂରଦୃଷ୍ଟିର ପ୍ରଶଂସା କରି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦେଶର କେତେକ ପ୍ରମୁଖ କମ୍ପାନୀରେ ଅନେକ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଶ୍ରୀ ମନୀଷ ଖରବନ୍ଦା ଏବେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଆଡଭାଇଜର୍ (ଲିଗାଲ୍) ଭାବରେ କାର୍ଯ୍ୟ କରୁଛନ୍ତି | ଏହାପୂର୍ବରୁ ସେ ସଫଳତାର ସହ ଜେଏସପିର ମାଇନ୍ସ ଏବଂ ମିନେରାଲ୍ସ ବ୍ୟବସାୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ – ଗ୍ରୁପ୍ ହେଡ୍ (କଞ୍ଚାମାଲ ସୋର୍ସିଂ) ଏବଂ ଓଡିଶା ବ୍ୟାପାରର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି |

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ କରିଥିବା ଫାଇନାନ୍ସ ଆଣ୍ଡ ମାନବ ସମ୍ବଳରେ ଇକଫାଇରୁ ଏମବିଏ ସମାପ୍ତ କରିଛନ୍ତି। ଏହା ସହ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ସେ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking