35.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନରିଲିଜ ହେଲା ‘ଦ ଷ୍ଟୋରିଟେଲର’ର ଟ୍ରେଲର

ରିଲିଜ ହେଲା ‘ଦ ଷ୍ଟୋରିଟେଲର’ର ଟ୍ରେଲର

ନୂଆଦିଲ୍ଲୀ : ହିନ୍ଦୀ ସିନେମାର ଆଗାମୀ ଫିଲ୍ମ ଦ ଷ୍ଟୋରୀଟେଲର ର ଟ୍ରେଲର ରିଲିଜ୍ ହୋଇ ଯାଇଛି , ଯେଉଁଥିରେ ପ୍ରସିଦ୍ଧ ଅଭିନେତା ପରେଶ ରାୱଲ , ଆଦିଲ ହୁସୈନ , ତନିଷ୍ଠା ଚାଟର୍ଜୀ ଓ ରେବତୀ ମୁଖ୍ୟ ଭୁମିକାରେ ନଜର ଆସିବେ। ପର୍ପସ ଏଣ୍ଟରଟେନମେଣ୍ଟ ଓ କ୍ୱେଷ୍ଟ ଫିଲ୍ମର ସହଯୋଗରେ ନିର୍ମିତ ଦ ଷ୍ଟୋରିଟେଲରକୁ ପ୍ରତିଷ୍ଠିତ ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଦକ୍ଷିଣ କୋରିଆର ପ୍ରତିଯୋଗିତାରେ ମନୋନୀତ କରାଯାଇଛି ଏବଂ ଏହି ଫିଲ୍ମ ଫେଷ୍ଟିଭାଲରେ ଦ ଷ୍ଟୋରିଟେଲର ୱାର୍ଲ୍ଡ ପ୍ରିମିୟର ହେବ ଏବଂ ଏହି ଫିଲ୍ମ ସମ୍ମାନିତ କିମ୍ ଜିସିୟୋକ ପୁରସ୍କାର ପାଇଁ ମଧ୍ୟ ଦାବି କରିବ। ନିଜର ଖୁସିକୁ ସେୟାର କରି , ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ଅନନ୍ତ ମହାଦେବନ କହିଛନ୍ତି , ବୁସାନ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ପ୍ରତିଯୋଗିତାରେ ଦ ଷ୍ଟୋରିଟେଲରର ସିଲେକ୍ସନ ହେବା ବାସ୍ତବରେ ପ୍ରତିଷ୍ଠିତ ଏବଂ ବିଶ୍ୱ ମାନ୍ୟତା ପର୍ଯ୍ୟନ୍ତ ପହଞ୍ଚିବା ଭାରତୀୟ ପାଇଁ ବଡ଼ ପଦକ୍ଷେପ। ସତ୍ୟଜିତ ରାୟଙ୍କର ମୂଳ କାହାଣୀର ଫିଲ୍ମର ରୂପ ଦେବା ଚ୍ୟାଲଞ୍ଜପୂର୍ଣ୍ଣ ଥିଲା । ଏବେ ଯେବେ ଆମେ ଏହାର ଶତାବ୍ଦୀ ବର୍ଷ ପାଳନ କରୁଛେ ତ ଏହା ନିଜର ଗୁରୁଙ୍କୁ ଏକ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ । ମହାନ ଫିଲ୍ମ ନିର୍ମାତା ସତ୍ୟଜିତ ରାୟଙ୍କର ଏକ ଲଘୁ କାହାଣୀ ଉପରେ ଆଧାରିତ , ଏହି ଫିଲ୍ମ ଏକ ଧନୀ ବ୍ୟବସାୟୀଙ୍କର କାହାଣୀକୁ କୁହେ, ଯାହା ନିଜର ଅନିଦ୍ରାକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଜଣେ ଷ୍ଟୋରୀ ଟେଲରଙ୍କୁ କାମରେ ରଖୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking