28.1 C
Bhubaneswar
Friday, May 3, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆମକୁ ଏକା ଛାଡିଦେଲେ, କେହି ଆମକୁ ସାହାଯ୍ୟ କରୁନାହାନ୍ତି; ମୋ ପରିବାର ଋଷର ପ୍ରଥମ ଟାର୍ଗେଟ:...

ଆମକୁ ଏକା ଛାଡିଦେଲେ, କେହି ଆମକୁ ସାହାଯ୍ୟ କରୁନାହାନ୍ତି; ମୋ ପରିବାର ଋଷର ପ୍ରଥମ ଟାର୍ଗେଟ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମୀର ଜେଲେନସ୍କୀ ଶୁକ୍ରବାର କହିଛନ୍ତି ଯେ, ଦୁନିଆ ତାଙ୍କ ଦେଶକୁ ଋଷର କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢିବା ପାଇଁ ଏକା ଛାଡିଦେଇଛି । ଋଷ ରାଷ୍ଟ୍ରପତି ଭ୍ଲିଦିମୀର ପୁଟିନ ଗୁରୁବାର ସକାଳେ ୟୁକ୍ରେନ ବିରୋଧରେ  ସୈନ୍ୟ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ  ଓ ଗତ ୨୪ ଘଣ୍ଟାରେ ଋଷ ୟୁକ୍ରେନ ଉପରେ ଗୁଳି ବର୍ଷା ଓ ମିସାଇଲ ଛାଡିଛି । ଯୁଦ୍ଧର ପ୍ରଥମ ଦିନରେ ଋଷ ସେନା ୟୁକ୍ରେନ ଭିତର ଅଂଚଳରେ ପ୍ରବେଶ କରିବା ଖବର ଆସିଥିଲା ଓ ୧୩୦ ୟୁକ୍ରେନ ନାଗରିକ ମୃତ୍ୟୁବରଣ କରିଥିବା ଖବର ରହିଛି ।
ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମୀର ଜେଲେନସ୍କୀ ଗୁରୁବାର ବିଳମ୍ବିତ ରାତିରେ ରାଷ୍ଟ୍ର ନାମରେ ଏକ ଭିଡିଓ ମେସେଜରେ କହିଥିଲେ ଆମକୁ ଆମ ଦେଶ ରକ୍ଷା କରିବା ପାଇଁ ଏକା ହିଁ ଛାଡି ଦିଆଯାଇଛି । ଆମ ପକ୍ଷରୁ ଲଢିବା ପାଇଁ କିଏ ପ୍ରସ୍ତୁତ । ମୋତେ ତ କେହି ନଜର ଆସୁନାହାନ୍ତି । ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ ଗ୍ୟାରେଣ୍ଟି ଦେବା ପାଇଁ କିଏ ପ୍ରସ୍ତୁତ । ସମସ୍ତେ ଡରୁଛନ୍ତି ।
ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଗୁରୁବାର ସକାଳେ ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଯାଏଁ ୧୩୭ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ସେନା ଓ ସାଧାରଣ ଲୋକେ ବି ସାମିଲ ଅଛନ୍ତି । ସେ କହିଛନ୍ତି ଯେ, ଏହାବ୍ୟତୀତ ୩୧୬ ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking