28.1 C
Bhubaneswar
Saturday, April 20, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍

ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍

ନୂଆଦିଲ୍ଲୀ : ବର୍ତ୍ତମାନ ଋଷ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ବନିଥିବା ବେଳେ ଋଷ ୟୁକ୍ରେନ୍‌ ଭିତରେ ପଶି ମିସାଇଲ ମାଡ କରୁଛି ଋଷ ସେନା । ଏହାରି ମଧ୍ୟରେ ଆଉ ଏକ ବଡ ‌ଖବର ସାମ୍ନାକୁ ଆସିଛି । ଋଷ ଭିତରେ ପଶି ଆକ୍ରମଣ କରିଛି ୟୁକ୍ରେନ୍‌ ସେନା । ଋଷର ରୋସ୍ତୋଗ୍‌ ସହରରେ ଉପରେ ମିସାଇଲ ମାଡ କରିଛି ୟୁକ୍ରେନ୍‌ । ଏହି ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଋଷ ସୀମା ଡେଇଁ ଦୁଃସାହସ ଦେଖାଇଛି ୟୁକ୍ରେନ୍‌ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସ୍ଥାନରେ ମିସାଇଲ ମାଡ କରିଚାଲିଛି ଋଷ । । ଗତକାଲି ଠାରୁ ଯୁଦ୍ଧ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ଚୁପ୍‌ ବସିଛି ନାଟୋ । ଶୁକ୍ରବାର ସନ୍ଧ୍ୟାରେ ଏକ ବୈଠକ ଡକାଇଛି ନାଟୋ । ଭର୍ଚୁଆଲ ବୈଠକରେ ଆମେରିକା, ଇଂଲଣ୍ଡ ସମେତ ବଡବଡ ଦେଶ ମଧ୍ୟ ଯୋଗ ଦେବେ । ଏହି ବୈଠକରେ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ଆଲୋଚନା କରାଯିବ । ସେପଟେ ୟୁକ୍ରେନ ମଧ୍ୟ ଋଷକୁ ଶେଷ ଚେତାବନୀ ଦେଇଛି । ଦେଶ ଭିତରେ ପଶି ଆକ୍ରମଣର ପରିଣାମ ଋଷ ଭୟଙ୍କର ଭାବେ ଭୋଗିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking