37.1 C
Bhubaneswar
Friday, May 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ ୱାରସିପ ସାମ୍ନାରେ ଟଳିଲେ ୧୩ ୟୁକ୍ରେନ ସୈନିକ; ଜୀବନ ହାରିଲେ, ହେଲେ କରିଲେନି ଆତ୍ମସମର୍ପଣ

ଋଷ ୱାରସିପ ସାମ୍ନାରେ ଟଳିଲେ ୧୩ ୟୁକ୍ରେନ ସୈନିକ; ଜୀବନ ହାରିଲେ, ହେଲେ କରିଲେନି ଆତ୍ମସମର୍ପଣ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାବୁକ କରିଦେବା ଭଳି ଘଟଣା ସାମ୍ନାକୁ ଆସୁଛି । ଏମିତି ଘଟଣା ୟୁକ୍ରେନର ସ୍ନେକ ଆଇଲାଣ୍ଡରେ ଦେଖିବାକୁ ମିଳିଛି । ଆତ୍ମସମର୍ପଣ କରିବାକୁ ମନା କରିବାରୁ ୟୁକ୍ରେନର ୧୩ ଜଣ ଯବାନଙ୍କ ଜୀବନ ନେଇ ଋଷ ଏହି ଦ୍ୱୀପକୁ କବଜା କରିନେଇଛି । ଯେତେବେଳେ ଋଷ  ଯୁଦ୍ଧଜାହାଜରେ ଥିବା ଯବାନମାନେ ୧୩ ଜଣ ବର୍ଡର ଗାର୍ଡଙ୍କୁ ସରେଣ୍ଡର କରିବା ପାଇଁ କହିଥିଲେ, ସେମାନେ ମନା କରିଦେଇଥିଲେ । ଯାହା ପରେ ସେମାନଙ୍କୁ ଋଷ ଯବାନ ମାରିଦେଇଥିଲେ । ଯବାନଙ୍କ ବାହାଦୂରୀ ପାଇଁ ତାଙ୍କୁ ୟୁକ୍ରେନ ‘ହିରୋ ଅଫ ୟୁକ୍ରେନ’ ସମ୍ମାନ ବୋଲି କହିଛି ।
କହିରଖୁଛୁ କି, ସ୍ନେକ ଆଇଲାଣ୍ଡ ଯାହାକୁ ଜିମିନି ଆଇଲାଣ୍ଡ ବି କୁହାଯାଏ, ତାହା ଓଡେସା ଦକ୍ଷିଣର କଳା ସାଗରରେ ରହିଛି । ଋଷ ଯବାନ ସେଠାରେ ପହଂଚି ହାମଲା ପାଇଁ ଧମକ ଦେଇଥିଲେ ଓ ସରେଣ୍ଡର କରିବାକୁ କହିଥିଲେ । ଏହାପରେ ସେଠାରେ ଥିବା ବର୍ଡର ଗାର୍ଡ ବାହାଦୂରୀ ସ୍ୱରୂପ ଏହାକୁ ଚ୍ୟାଲେଂଜ ଦେଇଥିଲେ । ପରେ ଋଷ ଯବାନ ଙ୍କୁ ଗାଳି ଦେଇ ଆତ୍ମସମର୍ପଣ କରିବାକୁ ମନା କରିଥିଲେ । ଏହାପରେ ଋଷ ସେମାନଙ୍କୁ ମାରିଦେଇଥିଲା । ଋଷ ନାଭି ମୋସକଭା ଓ ବାସିଲି ବ୍ୱକଭ ଜାହାଜକୁ ସେହି ଆଇଲାଣ୍ଡକୁ ପଠାଇଥିଲା । ଦ୍ୱୀପରେ ଥିବା ଯବାନଙ୍କୁ ପ୍ରଥମେ ଡେକ ବନ୍ଧୁକରେ ଡରାଇବାକୁ ଚେଷ୍ଟା ହୋଇଥିଲା । ପରେ ଋଷ ସୈନିକଙ୍କୁ ପଠାଇ ଆଇଲାଣ୍ଡ କବଜା କରିଛି । ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟ ଟ୍ୱିଟ କରିଛି ଯେ, ଋଷ ୟୁକ୍ରେନର ଜିମିନି ଆଇଲାଣ୍ଡ କବଜା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking