26.1 C
Bhubaneswar
Wednesday, May 8, 2024
Homeଓଡିଶାଓଡିଶାରେ ୩ ୟୁକେ ଷ୍ଟ୍ରେନ

ଓଡିଶାରେ ୩ ୟୁକେ ଷ୍ଟ୍ରେନ

ଭୁବନେଶ୍ୱର: ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ ରହିଥିବା ଜଣାପଡିଛି । ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାର ସୂଚନା ପ୍ରଦାନ କରିଛନ୍ତି । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ. କେ ସିଂହ ଏହି ସୂଚନା ପ୍ରଦାନ କରିଛନ୍ତି । ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛନ୍ତି । ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ । ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି । ମୋଟ ୭୩୬ ୟୁକେ ଷ୍ଟ୍ରେନ ଭିତରୁ ଓଡିଶାରୁ ୩ଟି ଥିବା ସୂଚନା ମିଳିଛି । ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଂଜାବରୁ ଚିହ୍ନଟ ହୋଇଛି ।

ବର୍ତମାନ, କରୋନା ଗ୍ରାଫ ଉପର ମୁହାଁ ବଢୁଥିବା ଦେଖି ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି ।  ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢୁଛି । ପ୍ରତିଦିନ ଶହେ ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ପୁଣି ବଢିଛି । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ମାସ୍କ ଚେକିଂ କଡାକଡି କରାଯିବ । ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି । ସେଥିପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ମାଲକାନଗିରିରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ରାଜଧାନୀରେ ସ୍ଥିତି ବିଗିଡିଲେ ନାଇଟ କର୍ଫ୍ୟୁ କିମ୍ବା ମିନି କଣ୍ଟେନମେଣ୍ଟ ଜୋନ କରାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking