29.1 C
Bhubaneswar
Saturday, April 27, 2024
Homeଓଡିଶାଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା

ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୮ରୁ ହେବ ୟୁଜିସି ନେଟ ପରୀକ୍ଷା । ଜୁଲାଇ ଓ ଅଗଷ୍ଟ ମାସରେ ହେବ ପରୀକ୍ଷା । ଏନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ପରୀକ୍ଷାର୍ଥୀ ମାନେ ଏନ୍‌ଟିଏର ୱେବସାଇଟକୁ ଯାଇ ଦେଖିପାରିବେ ବିଜ୍ଞପ୍ତି। ugcnet@nta.ac.inକୁ ମେଲ୍ ଦ୍ଵାରା ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିବ ଆବଶ୍ୟକୀୟ ତଥ୍ୟ ।

ବର୍ଷକୁ କେବଳ ଦୁଇଥର ହିଁ ୟୁଜିସି ଏନ୍‌ଇଟି ପରୀକ୍ଷା ହୋଇଥାଏ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଜୁନ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଥିବାରୁ ଉଭୟ ପରୀକ୍ଷକୁ ଗୋଟିଏ ସମୟରେ କରିବାକୁ ଏନ୍‌ଟିଏ ପୂର୍ବରୁ ନିଷ୍ପତ୍ତି ନେଇଥିଲା । ଜୁଲାଇ ମାସର ୮,୯,୧୧ ଓ ୧୨ତାରିଖ ଏବଂ ଅଗଷ୍ଟ ମାସର ୧୨, ୧୩ ଓ ୧୪ ତାରିଖରେ ୟୁଜିସି ନେଟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking