29.1 C
Bhubaneswar
Wednesday, April 24, 2024
Homeଓଡିଶାରଥଯାତ୍ରାରେ କରୋନା ଚିନ୍ତା : ଚେତାବନୀ ଦେଲେ ରାଜ୍ୟ ସରକାର

ରଥଯାତ୍ରାରେ କରୋନା ଚିନ୍ତା : ଚେତାବନୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଦୁଇ ବର୍ଷ ପରେ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି । ତେଣୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ନେଇ ଆଶଙ୍କା ଦେଖାଦେଉଛି । ସେପଟେ କୋଭିଡ ମହାମାରୀର ଚତୁର୍ଥ ଲହର ଏବେ ଦେଶରେ ଭୟ ବିିଭିନ୍ନ ରାଜ୍ୟରେ ବ୍ୟାପିବାରେ ଲାଗିଛି ।

ରଥଯାତ୍ରା ସମୟରେ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ନେଇ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ପୁରୀର ସ୍ଥିତି ଉପରେ ନଜର ରଖିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ରଥଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ କରୋନା ଆଶଙ୍କା ବୃଦ୍ଧି ପାଇଛି । ତେବେ ଅଧିକ ଲୋକ ଏକାଠି ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking