29.1 C
Bhubaneswar
Monday, May 6, 2024
Homeଅପରାଧଶାଢ଼ି କିଣାକୁ ନେଇ ହାତାହାତି ହେବା ସହ ଚୁଟି ଟଣାଟଣି ହେଲେ ଦୁଇ ଯୁବତୀ, ଦେଖନ୍ତୁ...

ଶାଢ଼ି କିଣାକୁ ନେଇ ହାତାହାତି ହେବା ସହ ଚୁଟି ଟଣାଟଣି ହେଲେ ଦୁଇ ଯୁବତୀ, ଦେଖନ୍ତୁ ଭିଡିଓ….

ବେଙ୍ଗାଲୁରୁ: ଶାଢ଼ି କିଣାକୁ ନେଇ ହାତାହାତି ହେବା ସହ ଚୁଟି ଟଣାଟଣି ହେଲେ ଦୁଇ ଯୁବତୀ । ବେଙ୍ଗାଲୁରୁରେ ମହୀଶୂର ସିଲ୍କ ଶାଢ଼ି ସେଲ୍ ଚାଲିଥିବା ବେଳେ ଗୋଟିଏ ଶାଢ଼ିକୁ ନେଇ ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିବା ବେଳେ ପରେ ଦୁହେଁ ପରସ୍ପରକୁ ମାଡ଼ ମାରିବାକୁ ବି ପଛାଇ ନଥିଲେ । ଏପରି ଏକ ଘଟଣା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଟ୍ୱିଟରରେ ଏବେ ଘଟଣା ସମୟର ଭିଡିଓ ଭାଇରାଲ ହୋଇଥିବା ବେଳେ ଦୁଇ ଯୁବତୀ ପରସ୍ପରକୁ ମାଡ଼ ମାରୁଥିବା ଦେଖି ଉପସ୍ଥିତ ଲୋକେ ମଜା ନେଉଥିବା ଦେଖାଯାଇଛି ।

ସାଧାରଣତଃ ଭାରତରେ ମହିଳାମାନେ ରିହାତି ଦରରେ ଜିନିଷ କିଣିବାକୁ ଭଲ ପାଆନ୍ତି । ସେ ଶାଢ଼ି ହେଉ କି ପରିବା, ସମସ୍ତଙ୍କୁ ସବୁ ଜିନିଷରେ ରିହାତି ଦରକାର ଥାଏ । ଯେତେବେଳେ କୌଣସି ସ୍ଥାନରେ କମ ଦାମରେ ଅଧିକ ଜିନିଷ ମିଳିବା ଆରମ୍ଭ ହୁଏ, ସେଠାରେ ଲୋକଙ୍କ ଭିଡ଼ ଜମେ । ମହୀଶୂର ସିଲ୍କ ଶାଢ଼ିର ଲୋକପ୍ରିୟତା ଅଧିକ ଥିବା ବେଳେ ବେଙ୍ଗାଲୁରୁରେ ଏହାର ସେଲ ଲାଗିଥିବା ଜାଣି ଏକାଧିକ ଗ୍ରାହକ ସେଠାରେ ପହଞ୍ଚିଥିଲେ । ଶାଢ଼ି ବାଛୁଥିବା ବେଳେ ଗୋଟିଏ ଶାଢ଼ି ଦୁଇ ଜଣ ଯୁବତୀଙ୍କୁ ପସନ୍ଦ ଆସିଥିଲା । ଏହାକୁ କିଏ ନେବ ସେ ନେଇ ଦୁଇଜଣକ ମଧ୍ୟରେ ବଚସା ହେବା ସହ ପରେ ମାରପିଟକୁ କଥା ଯାଇଥିଲା । ହିତାହିତ ଭୁଲି ଦୁହେଁ ପରସ୍ପରକୁ ମାଡ଼ ମାରିବା ସହ ପରସ୍ପରର ଚୁଟି ଟାଣି ଦେଇଥିଲେ । ସେଠାରେ ଉପସ୍ଥିତ ଲୋକ ଏହାର ଭିଡିଓ ରେକର୍ଡ କରିଥିବା ବେଳେ ଏବେ ଏହା ଭାଇରାଲ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking