36.1 C
Bhubaneswar
Monday, May 6, 2024
Homeଅପରାଧସୋସିଆଲ ମିଡିଆରୁ ବନ୍ଧୁତା ପଡିଲା ମହଙ୍ଗା, ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ୍

ସୋସିଆଲ ମିଡିଆରୁ ବନ୍ଧୁତା ପଡିଲା ମହଙ୍ଗା, ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ୍

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଇନଷ୍ଟାଗ୍ରାମରୁ ବନ୍ଧୁତା । ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ୍ । ଦିଲ୍ଲୀର ପ୍ରଶାନ୍ତ ବିହାର ପୋଲିସ ଷ୍ଟେସନ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ଦୁଷ୍କର୍ମ ପରେ ଭିଡିଓ ଉତ୍ତୋଳନ କରି ତାଙ୍କ ବନ୍ଧୁମାନଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ଧମକ ଦେଇଥିଲା । ଏନେଇ ପୀଡିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁଯାୟୀ, ରୋହିନୀ ସେକ୍ଟର ୩୬ର ଜଣେ ଯୁବକ ୨୦୨୨ ମସିହା ସେପ୍େଟମ୍ବର ମାସରେ ଜଣେ ନାବାଳିକା ସହ ଇନଷ୍ଟାଗ୍ରାମରେ ବନ୍ଧୁତା କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କ ଘରକୁ ଡାକିଥିଲେ ।

ସେଠାରେ ସୋମାନଙ୍କ ଚାଟ୍ ନାବାଳିକାର ପିତାମାତାଙ୍କୁ ଦେଖାଇ ଦେବାକୁ ଧମକ ଦେଇ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ସେହିପରି ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରି ତାଙ୍କର ବନ୍ଧୁମାନଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିଥିବାକୁ ତାଙ୍କୁ ଧମକ ଦେଇଥିଲା । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଇନର ସମ୍ପୃକ୍ତ ବିଭାଗ ସହିତ ଅଭିଯୁକ୍ତଙ୍କୁ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିବା ବେଳେ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବେ ବିହାରର ସହରସା ଜିଲ୍ଲାରେ ୬ବର୍ଷର ନିଷ୍ପାପ ଶାଳୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ନାବାଳିକାର ମୃତଦେହକୁ ମକା କ୍ଷେତରୁ ଉଦ୍ଧାର କରିଥିଲା ପୋଲିସ । ଗତ ଏପ୍ରିଲ ୧୬ ତାରିଖରୁ ନାବାଳିକା ନିଖୋଜ ଥିବା ବେଳେ ତାର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ ବ୍ୟବଚ୍ଛେଦ ଲାଗି ମୃତଦେହକୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking