30.1 C
Bhubaneswar
Saturday, April 27, 2024
Homeଓଡିଶାସେଲ୍‌ଫି ନେବା ହେଲା କାଳ

ସେଲ୍‌ଫି ନେବା ହେଲା କାଳ

ଯାଜପୁର : ସେଲ୍‌ଫି ନେବା ହେଲା କାଳ। ଗାଧୋଇବାକୁ ଯାଇ ସେଲ୍‌ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇଠାରେ ।
ସୂଚନା ଅନୁଯାୟୀ, ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ(୧୯) ଓ ସାଇସ୍ତା ବେଗମ(୧୭) ରବିବାର ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ଏବେବି ନିଖୋଜ ଅଛି ।
ଭାଗ୍ୟର ବିଡ଼ମ୍ବନା ସପ୍ତାହ ତଳେ ବାହା ହୋଇଥିବା ନାଜରିନ ବାପ ଘରକୁ ବୁଲିବାକୁ ଆସିଥିଲେ । ହେଲେ ସେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ ବୋଲି ସେ କେବେ କଳ୍ପନା ବି କରି ନ ଥିଲେ। ଏନେଇ ଗ୍ରାମରେ ଶୋକରଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking