ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ମେଷ : ସକାଳୁ ସକାଳୁ କୌଣସି ଖବରରେ ମନ ଉତଫୁଲ୍ଲିତ ହୋଇପାରେ । ମନ ଭାରାକ୍ରାନ୍ତ ରହିବ । ରାହୁଙ୍କ ପ୍ରଭାବରେ ବାଣିଜ୍ୟ ବ୍ୟବସାୟରେ ଦୂରଯାତ୍ରା ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ପାଇବେ ।
ବୃଷ : କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଯିବ । ଭିବଷ୍ୟତ ଯୋଜନା ପାଇଁ ବ୍ୟସ୍ତ ରହିବେ । ମାନସିକ ଶାନ୍ତି ମିଳିବ । ଯାତ୍ରା ଦ୍ୱାରା ଲାଭବାନ ହେବେ । ମହିଳାମାନେ ସୁଖି ହେବେ । ଛାତ୍ରଛାତ୍ରୀମାନେ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ ।
ମିଥୁନ : ମୁଖ ରୋଗ ପାଇଁ ଧନକ୍ଷୟ କରି ଅନ୍ୟମାନଙ୍କର ଆଲୋଚନାର ପାତ୍ର ହେବେ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ସଫଳତା ଲାଭ କରିପାରନ୍ତି । ଅନ୍ୟମାନଙ୍କ ପାଇଁ ଚିନ୍ତା ବଢ଼ିବ । ମହିଳାମାନେ ଚିନ୍ତିତ ରହିବେ ।
କର୍କଟ : ବ୍ୟବସାୟରେ ଲାଭବାନ ହେବେ । ମାନସମ୍ମାନ ବୃଦ୍ଧି ହେବ । ଆକସ୍ମିକ ଧନଲାଭ ହେବ । ଚାକିରୀକ୍ଷେତ୍ରରେ ପଦନ୍ନୋତି ପ୍ରାପ୍ତ ହେବ । ରୋଜଗାର ବୃଦ୍ଧି ହେବ । ଦୂରଯାତ୍ରା କରିପାରନ୍ତି । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ସିଂହ : କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । କୌଣସି ବନ୍ଧୁଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ, ହଇରାଣରେ ପଡ଼ିବେ । ମାନସିକ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଧର୍ମକାର୍ଯ୍ୟରେ ଲାଗି ରହିବେ । ଛାତ୍ରଛାତ୍ରୀମାନେ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି ।
କନ୍ୟା : ଆଜି ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ । ନଚେତ ହଇରାଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ପାଇଁ ଚେଷ୍ଟା କଲେ ନିଶ୍ଚୟ ସଫଳତା ପାଇବେ । ମହିଳାମାନେ ଧର୍ମପରାୟଣ ହେବେ ।
ତୁଳା : କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ । କୌଣସି ଶୁଭ ସମାଚାର ପାଇପାରନ୍ତି । ଗୃହ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମହିଳାମାନେ ସୁଖି ହେବେ । ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ ।
ବିଛା : ବ୍ୟବସାୟରେ ଲାଭବାନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ସମସ୍ୟା ଦୂର ହେବାର ସମ୍ଭାବନା । ଶାରିରୀକ ସୁସ୍ଥତା ବୃଦ୍ଧି ପାଇବ । ଅନ୍ୟ ଦ୍ୱାରା ଉପକୃତ ହେବେ । ମହିଳାମାନେ ଗୃହକାର୍ଯ୍ୟ କରି ସୁଖି ହେବେ ।
ଧନୁ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ । ଭୂମି ଓ ଗୃହ ସମ୍ବନ୍ଧୀୟ ବିବାଦ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଅଧିକ ଜଟିଳ ରହିବ । ସାମାନ୍ୟ ଦୁର୍ଘଟଣା ଘଟିପାରେ । ମହିଳାମାନେ ଦୁଃଖରେ ସମୟ ଅତିବାହିତ କରିବେ ।
ମକର : ବ୍ୟବସାୟରେ ସମସ୍ୟା ଦୂର ହୋଇ ଆୟ ବୃଦ୍ଧି ହେବ । ସାବଧାନ ନରହିଲେ ବ୍ୟୟ ବୃଦ୍ଧି ହୋଇପାରେ । ଆକସ୍ମିକ ଭାବେ ଦାୟିତ୍ୱ ନେବାକୁ ପଡ଼ିପାରେ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଚିନ୍ତିତ ରହିବେ ।
କୁମ୍ଭ : ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି । ଦୂରଯାତ୍ରାର ସୁଯୋଗ ମିଳିବ । ମାନସିକ ଶାନ୍ତି ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ବହୁତ ବଡ଼ ଭୂଲ କରିବେ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ ।
ମୀନ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ । ଅନେକ ସମସ୍ୟା ସୃଷ୍ଟି ହେବ । ଶୁଭ ଚିତିନ୍ତମାନଙ୍କୁ ଦୂରେଇ ଦେଇ ଅସୁବିଧାର ସମ୍ମୁଖିନ ହେବେ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ ।