30 C
Bhubaneswar
Sunday, June 21, 2026
Homeଓଡିଶାଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ରବିବାର ଦିନ ଲୋକ ଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ନିଉ ଅଭିଷେକ ହଲଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଓ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ l ଚଳିତ ବର୍ଷ ଯୋଗ ଦିବସର ଶୀର୍ଷକ “ଯୋଗ ଫର ହେଲଥି ଏଜିଙ୍ଗ୍” ଉପରେ ଆଧାର କରି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିଲା । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼. ରୂପା ରୋଶନ ସାହୁଙ୍କ ସମେତ ଲୋକ ଭବନର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅଂଶଗ୍ରହଣକାରୀମାନେ ଶାନ୍ତ ପରିବେଶରେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ କରିଥିଲେ। ଏହି କାର୍ଯ୍ୟକ୍ରମ ଯୋଗର ଆବଶ୍ୟକତାକୁ ଗୁରୁତ୍ୱ ଦେବା ସହ ନିୟମିତ ଯୋଗ ଅଭ୍ୟାସ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନ ପାଇଁ ଉତ୍ସାହିତ କରିଥିଲା। ଯୋଗକୁ ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରୁଥିବା ଏକ ସମନ୍ଵିତ ଅନୁଶାସନ ବୋଲି ରାଜ୍ୟପାଳ କହିଛନ୍ତି। ଯୋଗକୁ ଦୈନନ୍ଦିନ ଜୀବନର ଅଙ୍ଗ କରିବାକୁ ଏବଂ ଏହାର ସୁସ୍ଥତା ଓ ମାନସିକ ଶାନ୍ତି ଉପରେ ପଡୁଥିବା ସକାରାତ୍ମକ ପ୍ରଭାବକୁ ଗ୍ରହଣ କରିବାକୁ ରାଜ୍ୟପାଳ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥି (AIPH) ୟୁନିଭର୍ସିଟି ଏବଂ ଅଭିନବ ବିନ୍ଦ୍ରା ସ୍ପୋର୍ଟସ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ ଇନଷ୍ଟିଚ୍ୟୁଟ୍ (ABSMARI) ର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଯୋଗ ପ୍ରଶିକ୍ଷକ ସୁଶୀଲ୍ ପଟ୍ଟନାୟକ, ନୀଳିମା ପାଳ ଏବଂ ଜ୍ୟୋତିକାନ୍ତ ସାମଲ୍ ଯୋଗାଭ୍ୟାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking