30.1 C
Bhubaneswar
Friday, April 26, 2024
Homeଓଡିଶାଶଶ୍ମାନ ପାଇଁ ରାସ୍ତାରୋକ

ଶଶ୍ମାନ ପାଇଁ ରାସ୍ତାରୋକ

ନରସିଂହପୁର : ଶ୍ମଶାନକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରୋକ କରିଛନ୍ତି ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଘଟଣାଟା ଘଟିଛି, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ।
ସୂଚନା ଅନୁଯାୟୀ, ୯୮ ଡିସିମିଲ ଜାଗାରେ ଏକ ଶ୍ମଶାନ ଅଛି। ହେଲେ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡ଼ି ବସିଛନ୍ତି। ଫଳରେ ଶବ ନେଇ ଶ୍ମଶାନ ଯିବାକୁ ବାଟ ନାହିଁ।
ଏନେଇ ଗାଁ ଲୋକେ ୫ ବର୍ଷ ହେବ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସେମାନଙ୍କ କଥା କେହି କର୍ଣ୍ଣପାତ କରୁ ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ତେଣୁ ସୋମବାର ଗାଁ ଲୋକେ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱରଠାରେ ରାସ୍ତାରୋକ କରିଛନ୍ତି।
https://onakhabar.com/2019/12/16/two-sister-drown-in-river/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking