28.9 C
Bhubaneswar
Sunday, May 5, 2024
Homeଓଡିଶାବଜ୍ରପାତରେ ଦୁଇମୃତ ଜଣେ ଗୁରୁତର

ବଜ୍ରପାତରେ ଦୁଇମୃତ ଜଣେ ଗୁରୁତର

ମୟୁରଭଞ୍ଜ:  ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଦୁଇମୃତ ଜଣେ ଗୁରୁତର । ଆଜି ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଥାନା ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସୁଲୋଚନା ମହାନ୍ତ ବୟସ ୪୦ରୁ ଉର୍ଦ୍ଧ ହେବ। ସେ ବିଲରେ କାମ କରୁଥିବା ବେଳେ ଘଡଘଡି ବର୍ଷା ସହ ବଜ୍ରପାତ ହୋଇଥିଲା। ସେହିପରି ବୈଶିଙ୍ଗା ଥାନା କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣେ ହେଲେ ରମାକାନ୍ତ ବିନ୍ଧାଣି ବୟସ ୩୬। ତେବେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆହତ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରୀ ରହିଛି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି। ସେହିପରି ଆଜି ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବଡ଼ସାହି,ବୈଶିଙ୍ଗା,ମୋରଡ଼ା ବ୍ଲକ ଅଞ୍ଚଳରେ ବଜ୍ରପାତ ସହ ଭିଷଣ ବର୍ଷା ହୋଇଛି । ଅନ୍ୟପଟେ ଘଡଘଡି ସହ ବର୍ଷା ଯୋଗୁଁ ବହୁ ଲୋକଙ୍କର ଘରୋଇ ବୈଦିତ୍ୟୁକ ଉପକରଣ ନଷ୍ଟ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking