32.1 C
Bhubaneswar
Saturday, May 18, 2024
Homeଓଡିଶାଜିଲ୍ଲାପାଳ କରିଥିବା ଦୁର୍ନୀତି ଉପରେ ତୁରନ୍ତ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ଜିଲ୍ଲାପାଳ କରିଥିବା ଦୁର୍ନୀତି ଉପରେ ତୁରନ୍ତ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ମାଲକାନଗିରି:  ଅଭିଯୋଗ ଆଣିଲେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀଣି ସଭାପତି ପ୍ରଦୀପ ମାଝୀ ଏବଂ ଜିଲ୍ଲା କଂଗ୍ରେସ। , ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ରେ ମାଲକାନଗିରି ଜିଲ୍ଲାର ସବୁ ତହସିଲ ଅଧିନରେ ଥିବା, ଲଘୁ ଖଣିଜ ସମ୍ପଦର ନିଲାମ ପ୍ରକ୍ରିୟାକୁ ତତ୍କାଳୀନ ଜିଲ୍ଲାପାଳ ୱ।ଇ. ବିଜୟ ଟେଣ୍ଡର ବିଜ୍ଞପ୍ତି କୁ ନିଜ କାର୍ଯ୍ୟାଳୟକୁ ଆହ୍ବାନ କରିଥିଲେ। ଟେଣ୍ଡର ଆବେଦନ ର ସମାପ୍ତି ପରେ ଅର୍ଥାତ ଆଇନ ଗତ ବିଧି ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଥିବା କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା। ଏବଂ ପୂର୍ବତନ ଜିଲ୍ଲାପାଳ ଡ଼ଃ ବିଜୟଏହି ମୂଲ୍ୟବାନ ସାତଟି ଖଣିର ନିଲାମ ପ୍ରକ୍ରିୟା ବେଆଇନ ଭାବରେ, ଆନ୍ଧ୍ର ପ୍ରଦେଶର ସି.ଏଚ୍. ବେଣୁଗୋପାଳ ଙ୍କୁ ଦେଇ, ଏହି ବାବଦରେ ସି.ଏଚ୍. ବେଣୁଗୋପାଳ ଙ୍କ ଠାରୁ ଏକ କୋଟି ଟଙ୍କା ଲାଞ୍ଚ ସହିତ ଗୋଟିଏ ଏମ୍.ଜି. ହେକ୍ଟର ଗାଡ଼ି ଜିଲ୍ଲାପାଳ ଉପହାର ସ୍ୱରୂପ ନେଇଥିବା ମଧ୍ୟ ଶ୍ରୀ ମାଝୀ ଦର୍ଶାଇଛନ୍ତି। ଏବଂ ଆଜି ଶ୍ରୀ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ର ସମସ୍ତ କର୍ମ କର୍ତ୍ତା ମାନେ ମିଶି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ କୁ ଯାଇ, ଜିଲ୍ଲାପାଳ କରିଥିବା ଦୁର୍ନୀତି କାର୍ଯ୍ୟ ଉପରେ ତୁରନ୍ତ ଅନୁସନ୍ଧାନ କରାଯାଇ, ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking