28.1 C
Bhubaneswar
Saturday, April 27, 2024
Homeଅପରାଧଲକଡାଉନ ବେଳେ ହରିଣ ଶୀକାର: ୪୦ କିଲୋ ହରିଣ ମାଂସ ଜବତ, ୨ ଗିରଫ

ଲକଡାଉନ ବେଳେ ହରିଣ ଶୀକାର: ୪୦ କିଲୋ ହରିଣ ମାଂସ ଜବତ, ୨ ଗିରଫ

କେନ୍ଦ୍ରାପଡ଼ା :ସମଗ୍ର ଦେଶରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବୋ ବେଳେ ଭିତରକନିକା ଅଭୟାରଣ୍ୟରେ ଶୀକାରୀମାନେ ହରିଣ ଶୀକାରରେ ମାତିଥିବାକଥ ପଦାକୁ ଆସିଛି । ଏବେ ଲକଡାଉନ ଯୋଗୁ ସମସ୍ତେ ଘରେ ରହିଥିବରେ ସୁଯୋଗ ନେଇ ଶୀକାରୀମାନେ ଭିତରକନିକା ଅଭୟାରଣ୍ୟ ଭିତରେ ପଶି ଫାସ ବସାଇ ଅବାଧରେ ହରିଣ ଶୀକାର କରୁଛନ୍ତି । ଅଭୟାରଣ୍ୟରେ ହରିଣ ଶୀକାର ହେଉଥିବା ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଫରେଷ୍ଟ ରେଞ୍ଜ ଅଫିସର ସୁରଜିତ ସାହୁ ବନ ବିଭାଗର ଅନ୍ୟ କର୍ମଚାରୀ ଓ ରାଜନଗର ପୁଲିସ ସହାୟତାରେ ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ଗ୍ରାମର ବ୍ରଜ ଦାସ, ପତିତପାବନ ଦାସ ଓ ଦୀନବନ୍ଧୁ ଦାସଙ୍କ ଘର ଉପରେ ଚଢଉ କରି ୪୦ କିଲୋ କଟା ହରିଣ ମାଂସ ଜବତ କରିବା ସହ ପତିତପାବନ ଦାସ ଓ ଦୀନବନ୍ଧୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ବନବିଭାଗ କର୍ମଚାରୀମାନେ ଅଭିଯୁକ୍ତଙ୍କ ଘର ଉପରେ ଚଢଉ କରିବା ସମୟରେ ଅଭିଯୁକ୍ତମାନେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ କରିଥିଲେ । ପତିତପାବନ ଦାସ ଘରେ କଟା ହରିଣ ମଂସ ଥିବା ରାଜନଗର ବନବିଭାଗ କର୍ମଚାରୀମାନେ ପୂର୍ବରୁ ଖବର ପାଇଥିଲେ । କିନ୍ତୁ ଚଢାଉ ସମୟରେ ପତିତପାବନ ଏକ ବସ୍ତାରେ ଭର୍ତୀ ହୋଇଥିବା କଟା ହରିଣ ମାଂସକୁ ପଡ଼େଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲା । କିନ୍ତୁ ଚଢଉ ସମୟରେ ପତିତପାବନର ଘର ଛାତ ଉପରେ ରକ୍ତ ଛିଟା ଲାଗିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଓ ଚଢଉ ହେବାରୁ ପତିତପାବନ ପଡ଼ୋଶୀଙ୍କ ଛାତ ଉପରକୁ ହରିଣ ମାଂସଦ ଭର୍ତୀ ବମସ୍ତାକୁ ଫିଙ୍ଗଦେଇଥିବା ସ୍ୱିକାର କରିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ବ୍ରଜ ଦାସ ଫେରାର ହୋଇଯାଇଛି । ଶୀକାରୀମାନେ ଅଭୟାରଣ୍ୟର ସୁନେଇ ରୂପେଇ ଜଙ୍ଗଲରେ ଫାସ ବସାଇ ହରିଣ ଶୀକାରଥିବା ରାଜନଗର ବନବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking