32.8 C
Bhubaneswar
Tuesday, April 16, 2024
Homeଅପରାଧସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା ଉଦ୍ୟମ

ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ସନିଚାରି ଥାନାର ବଙ୍ଗାଳି କଲୋନୀ ରେ ରହୁଥିବା ଜଣେ ୧୫ ବର୍ଷର ନାବାଳକ କୁ ନିର୍ମମ ଭାବେ ହତ୍ୟା କରାଯାଇଛି ମୃତ ନାବାଳକ ଜଣଙ୍କ ସପ୍ତମ ଶ୍ରେଣୀରେ ପଢୁଥିଲେ ଏଵଂ ତାଙ୍କ ନା ମନୀଷ ଦାଶ ବୋଲି ଜଣା ପଡିଛି । ତେବେ ଖେଳ ସମୟରେ ହୋଇଥିବା ବିବାଦକୁ ନେଇ ଏହି କାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଶୁକ୍ରବାର ସନ୍ଧ୍ୟା ସାତଟା ସମୟରେ ଘଟିଛି ବୋଲି କୁହାଯାଇଛି ।  ଅପରାଧୀମାନେ ମନିଶର ଗାଲକୁ ପ୍ରଥମେ ଆକ୍ରମଣ କରିବା ପରେ ପେଟକୁ ଭୁଜାଲିରେ ଆକ୍ରମଣ କରିଥିଲେ ଓ ଦୁଇ ଥର ପେଟକୁ ମାରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ରେ ଭର୍ତି କରିଥିଲେ ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତର ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣା ବିଷୟରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିବା ବେଳେ ମନିଷ ର ବାପା ଜ୍ୟାକିଶନ କହିଛନ୍ତି , ତିନିମାସ ପୂର୍ବରୁ ମନିଷ ର ସେହି ଗାଁ ଯୁବକ ଶିବମ ଦାସ ସହ ହୋଇଥିଲା  । ପରେ ସେ ମନୀଷ କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ  । ଶୁକ୍ରବାର ସନ୍ଧ୍ୟାରେ ଶିବମର ବଡ ଭାଇ ଅଜୟ ଦାଶ , ବିଜୟ ଦାଶ ଓ ଅଭୟ ଦାଶ ମନୀଷ କୁ ବିଲ ଆଡକୁ ଡାକି ନେଇ ତା ଉପରେ ଆକ୍ରମଣ କରିଥିଲେ । ପରେ ଚିଲେଇବା ଶବ୍ଦ ଶୁଣି ଗାଁ ଲୋକେ ଦୌଡ଼ି ଆସି ତାକୁ ଉଦ୍ଧାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking