29.1 C
Bhubaneswar
Saturday, April 27, 2024
Homeଅପରାଧଏଟିଏମ ତାଡିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ ୨ ଜଣ

ଏଟିଏମ ତାଡିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ ୨ ଜଣ

ଭୁବନେଶ୍ବର: ରାଜଧାନୀରେ ଏଟିଏମ ଲୁଟେରାଙ୍କ ଲାଇଭ ଲୁଟ ଅପରେସନ। ଗ୍ୟାସ କଟର ଧରି ଏଟିଏମ ତାଡିବାକୁ ଉଦ୍ୟମ । ନୟାପଲ୍ଲୀ ଥାନା ଡିଏଭି ଛକରେ ପିଏନବି ଏଟିଏମରୁ ଏପରି ଲୁଟ ଉଦ୍ୟମ ବେଳେ ଧରାପଡିଗଲେ ୨ ଲୁଟେରା। ଲୁଟ ଉଦ୍ୟମ ହେଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ନିକଟକୁ ଖବର ଆସିବା ପରେ ଉପସ୍ଥିତି ବୁଦ୍ଧି ଯୋଗୁଁ ସ୍ଥାନୀୟ ଯୁବକଙ୍କ ସହାୟତରେ ରଙ୍ଗେହାତ ଧରାପଡିଥିଲେ ୨ ଲୁଟେରା ।
ସୂଚନାଅନୁଯାୟୀ ଗତକାଲି ରାତିରେ ପିଏନବି ଏଟିଏମରୁ ଏହି ୨ ଲୁଟେରା ଏଟିଏମରେ ନିଆଁ ଲାଗିଥିବା କହି ଲିଭାଇବା ବାହାନାରେ ଆସିଥିଲେ । ଏହାପରେ ଏଟିଏମ ସଟର ପଡିଥିବା ଦେଖି ସ୍ଥାନୀୟ ଯୁବକ ସନ୍ଦେହ କରିଥିଲେ । ହେଲେ ଏହି ଲାଇଭ ଲୁଟ ଅପରେସନ‌ର ଦୃଶ୍ୟ କଏଦ ହୋଇଥିଲା କ୍ୟାମେରାରେ । ଆଉ ଏସବୁ ଦେଖୁଥିଲେ ବମ୍ବେ ଅଫିସର ଥିବା କର୍ମଚାରୀ ।

ଏନେଇ ସେ ଭୁବନେଶ୍ବରରେ ଥିବା ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ ଟଙ୍କା ଲୁଟ ପୁର୍ବରୁ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ।ଗ୍ୟାସ କଟର ଧରି ଏଟିଏମର ମେସିନକୁ ଅଧା କାଟିଦେଇଥିବାରୁ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ କରିଛି। ତେବେ ଦୁଇ ଲଟେରା ଏକ ବାଇକ ଯୋଗେ ଆସି ଏପରି ଗ୍ୟାସ କଟର ସହ ଏଟିଏମକୁ ତାଡିବାକୁ ଉଦ୍ୟମ କରୁଥିଲେ ବୋଲି କାବୁ କରିଥିବା ସ୍ଥାନୀୟ ଯୁବକ ଦେଖିଥିଲେ। ଏମାନଙ୍କର ଆଉ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସେମାନେ ସନ୍ଦେହ କରୁଛନ୍ତି । ଏନେଇ ନୟାପଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking