29.1 C
Bhubaneswar
Saturday, April 27, 2024
Homeଓଡିଶାସରପଞ୍ଚଙ୍କୁ ଆକ୍ରମଣ କରି ଦୁଇଭାଇ ଗିରଫ

ସରପଞ୍ଚଙ୍କୁ ଆକ୍ରମଣ କରି ଦୁଇଭାଇ ଗିରଫ

ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଭିରୁଡା ପଞ୍ଚାୟତ କାର୍ଯ୍ୟାଳୟରେ ପଶି ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ତିଗିରିଆ ଥାନାଧିକାରୀ ରବୀନ୍ଦ୍ର ଭୂଜବଳ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ଗୋଟାଏ ସମୟରେ ଭିରୁଡ଼ା ସରପଞ୍ଚ ପ୍ରେମରଞ୍ଜନ ମହାମାନସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ପ୍ରବାସୀ ଓଡିଆଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟର ତଦାରଖ କରୁଥିଲେ । ଏହି ସମୟରେ ଭିରୁଡା ଗ୍ରାମର ଦେବରାଜ ମଲ୍ଲିକଙ୍କ ଦୁଇପୁଅ ରଞ୍ଜିତ୍ ଓ ଅଜିତ୍ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚ ଶ୍ରୀ ମହାମାନସିଂଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ସାର୍ଟକୁ ଚିରି ଦେଇଥିଲେ । ପରେ ଅଜିତ୍ ହାତରେ ଧରିଥିବା ଏକ ଲୁହା ରଡରେ ଶ୍ରୀ ମହାମାନସିଂଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିବାକୁ ଚେଷ୍ଟା କରୁଥିବା ବେଳେ ଶ୍ରୀ ମହାମାନସିଂ ଘୁଞ୍ôଚଯିବାରୁ ଲୁହାରଡର ମାଡ଼ ତାଙ୍କ ବାମହାତରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପରେ ଅନ୍ୟ ଅଭିଯୁକ୍ତ ରଞ୍ଜିତ୍ କାର୍ଯ୍ୟାଳୟ ପରିସରରେ ଥିବା ଟେବୁଲ୍ ଉପର କାଚକୁ ଭାଙ୍ଗି ଉକ୍ତ ଭଙ୍ଗାକାଚ ଶ୍ରୀ ମହାମାନସିଂଙ୍କ ପେଟରେ ପୂରାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ସେ ପ୍ରାଣ ବିକଳରେ କାର୍ଯ୍ୟାଳୟ ବାହାରକୁ ଦୌଡ଼ି ପଳାଇଥିଲେ । ପରେ ଦୁୁଇ ଅଭିଯୁକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଅନ୍ୟ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଅଫିସର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚିରି ଦେଇଥିବା ଶ୍ରୀ ମହାମାନସିଂ ଥାନାରେ କରିଛନ୍ତି । ଖବର ପାଇ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର ଭୂଜବଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ରଞ୍ଜିତ୍ ଓ ଅଜିତ୍‌ଙ୍କୁ ଗିରଫ କରି ତିଗିରିଆ ଥାନାକୁ ଆଣିଥିଲେ । ପରେ ଭିରୁଡା ସରପଞ୍ଚ ଶ୍ରୀ ମହାମାନସିଂ ଙ୍କ ଅଭିଯୋଗକୁ ଆଧାର କରି ତିଗିରିଆ ଥାନାରେ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking