22.1 C
Bhubaneswar
Sunday, January 23, 2022
Homeଅପରାଧସ୍ତ୍ରୀ ଆତ୍ମହତ୍ୟାର ୧୨ଘଣ୍ଟା ପରେ ସ୍ୱାମୀର ଆତ୍ମହତ୍ୟା, ବାପା ମା' ଛେଉଣ୍ଡ ହେଲେ ଦୁଇ ପୁଅ...

ସ୍ତ୍ରୀ ଆତ୍ମହତ୍ୟାର ୧୨ଘଣ୍ଟା ପରେ ସ୍ୱାମୀର ଆତ୍ମହତ୍ୟା, ବାପା ମା' ଛେଉଣ୍ଡ ହେଲେ ଦୁଇ ପୁଅ ଝିଅ

ଗଞ୍ଜାମ : ସ୍ୱାମୀ, ସ୍ତ୍ରୀ ମଧ୍ୟରେ କଳହର ସୁତ୍ରପାତ । ଏଥିରେ ଅସହ୍ୟ ହୋଇ ସ୍ତ୍ରୀ ଆତ୍ମହତ୍ୟା କରିବାର ୧୨ ଘଣ୍ଟା ବ୍ୟବଧାନରେ ସ୍ୱାମୀ ଆତ୍ମହତ୍ୟା କରିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଝିଅ ଏବେ ବାପା, ମା’ ଛେଉଣ୍ଡ ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ଥାନା ବଡ଼ ଡୁମୁଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୀରପଦ୍ମନାଭପୁର ଶାସନରେ । ସ୍ତ୍ରୀର ମୃତଦେହକୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ୍ ଜବତ କରିଥିବା ବେଳେ ସ୍ୱାମୀର ମୃତ ଦେହକୁ ଦିଗପହଣ୍ଡି ପୁଲିସ୍ ଜବତ କରିଛି । ଏ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ମୃତକ ଦ୍ୱୟ ହେଲେ ଏସ. ଦୁର୍ଲଭ ରେଡ୍ଡୀ ଓ ଏସ.ଗୌରୀ ରେଡ୍ଡୀ ।
ସୂଚନା ଅନୁଯାୟୀ, ଶନିବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହର ସୂତ୍ରପାତ ହୋଇଥିଲା । ଏଥିରେ ଅସହ୍ୟ ହୋଇ ସ୍ତ୍ରୀ ଗୌରୀ କୀଟନାଶକ ଔଷଧ ଖାଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ ଶରୀରକୁ ବୈଦ୍ୟନାଥପୁର ପୁଲିସ୍ ଜବତ କରି ବ୍ୟବଚ୍ଛେଦ କରିଛି । ସ୍ତ୍ରୀର ଏଭଳି ଅବସ୍ଥା ଦେଖି ସ୍ୱାମୀ ଦୁର୍ଲଭ ସେହି ରାତ୍ରିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ଘର ଲୋକଙ୍କ ହସ୍ତକ୍ଷେପ ପରେ ସେ ବର୍ତ୍ତି ଯାଇଥିଲେ ମଧ୍ୟ ମାନସିକ ସ୍ଥିତି ହରାଇ ବସିଥିଲେ । ଆଜି ସକାଳରେ ସେ ଘରୁ ବାହାରି ଆଉ ଫେରିନଥିଲେ । ଗାଁ’ ନିକଟସ୍ଥ ବଣ ବନ୍ଧ ନିକଟରେ ଥିବା ଏକ ବରଗଛ ଶାଖାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଦୀର୍ଘ ସମୟ ଧରି ଦୁର୍ଲଭ ଘରକୁ ନ ଫେରିବାରୁ ତାଙ୍କ ସାନ ଭାଇ ବିଚଳିତ ହୋଇ ଚାରିଆଡ଼େ ଖୋଜାଖୋଜି କରୁଥିବା ବେଳେ ବଣବନ୍ଧ ନିକଟରେ ଥିବା ଏକ ବରଗଛ ଶାଖାରେ ରଶି ଲଗାଇ ଆତ୍ମହତ୍ୟା କରି ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ସ୍ତ୍ରୀ ମରି ଯାଇଥିବା ଖବର ଶୁଣି ସ୍ୱାମୀ ଦୁର୍ଲଭ ଅତ୍ୟନ୍ତ ଭୟଭୀତ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking