31.1 C
Bhubaneswar
Monday, May 6, 2024
Homeଓଡିଶା୫ ଲକ୍ଷ ଟଙ୍କା ଦାଦାବଟି ମାଗି ଦୁଇ ଗିରଫ

୫ ଲକ୍ଷ ଟଙ୍କା ଦାଦାବଟି ମାଗି ଦୁଇ ଗିରଫ

ଭୁବେନଶ୍ୱର: ଦାଦାବଟିକୁ ‘ନାଁ’ ସ୍ଲୋଗାନ ଦେଇଥିଲା କମିଶନରେଟ୍ ପୁଲିସ । ଦାଦାବଟି ମାଗିଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ଦାଦାବଟି ମାଗିବା ଅଭିଯୋଗରେ ଅନେକ ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ହେଲେ ପୁଣି ଖଣ୍ଡଗିରି ଥାନା ଅଞ୍ଚଳରେ ଉତ୍ପାତ କରି ଦାଦାବଟି ମାଗିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଦୁଇ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ସେମାନେ ହେଲେ ଖଣ୍ଡଗିରି ଅଞ୍ଚଳର ସୁଧିର ମାର୍ଥା (୩୮) ଓ ଛୋଟରାୟପୁରର ସୁନୀଲ ସ୍ୱାଇଁ (୩୮) । ପ୍ରକାଶ ଯେ, ଖଣ୍ଡଗିରି ଛୋଟରାୟପୁରରେ ଅନୁସୂୟା ମିଶ୍ରଙ୍କର ଏକ ଜମି ରହିଛି । ସେ ୨୦୧୯ରେ ଉକ୍ତ ଜାଗାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ସମୟରେ ଉକ୍ତ ଅଞ୍ଚଳର ସୁଧିର ମାର୍ଥା, ରମେଶ ଖୁଣ୍ଟିଆ ଓ ସୁନୀଲ ସ୍ୱାଇଁ ଏହାକୁ ବିରୋଧ କରିଥିଲେ । ଘର ନିର୍ମାଣ କରିବାକୁ ହେଲେ ସେମାନଙ୍କୁ ୫ଲକ୍ଷ ଟଙ୍କା ବଟି ଦେବାକୁ ପଡ଼ିବ ବୋଲି କହିଥିଲେ । ବଟି ନଦେଲେ ପରିବାର ଲୋକଙ୍କୁ ଗୁଳି କରି ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ତାଙ୍କ ପୁଅ ଖଣ୍ଡଗିରି ଥାନାରେ ଏତଲା ଦାୟର କରିଥିଲେ । ହେଲେ ଅଭିଯୁକ୍ତମାନେ ଏହା ଜାଣିବା ପରେ ତାଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ । ଟଙ୍କା ନଦେବାରୁ ନିର୍ମାଣ ହୋଇଥିବା ପାଚେରିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏପରିକି ଏକ ଆଉଟ ହାଉସକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏନେଇ ପୁଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗିରଫଦାରୀ ଭୟରେ ଅଭିଯୁକ୍ତଦ୍ୱୟ ଫେରାର ହୋଇଯାଇଥିଲେ । କିଛିଦିନ ତଳେ ସେମାନେ ଖଣ୍ଡଗିରି ଅଞ୍ଚଳରେ ଥିବା ପୁଲିସ ସୂଚନା ପାଇ ଚଢଉ କରିବା ସହ ଦୁଇ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking