29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦୀପାବଳିରେ ଚୀନା ଏକ୍ସପୋର୍ଟର୍ସଙ୍କୁ ହେବ ୫୦ ହଜାର କୋଟିର କ୍ଷତି

ଦୀପାବଳିରେ ଚୀନା ଏକ୍ସପୋର୍ଟର୍ସଙ୍କୁ ହେବ ୫୦ ହଜାର କୋଟିର କ୍ଷତି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପରିପ୍ରେକ୍ଷୀରେ ଭାରତୀୟମାନେ ଏବେ ସ୍ୱଦେଶୀ ସାମଗ୍ରୀ ପ୍ରତି ବିଶେଷ ରୁଚି ଦେଖାଉଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ମାର୍କେଟ୍‌ରେ ଚୀନ୍ ପ୍ରସ୍ତୁତ ସାମଗ୍ରୀର ବହିଷ୍କାର ଫଳରେ ଏହା ଆମଦାନୀ କରୁଥିବା ବ୍ୟବସାୟୀଙ୍କ ବେପାର କମିବାରେ ଲାଗିଛି । ଏହି କ୍ରମରେ ଚଳିତ ଦୀପାବଳି ଏବଂ ଅନ୍ୟ ଉତ୍ସବଗୁଡ଼ିକରେ ଚୀନ୍ ସମାଗ୍ରୀ ରପ୍ତାନିକାରୀଙ୍କୁ ଜବରଦସ୍ତ କ୍ଷତି ହେବାର ଆଶଙ୍କା କରାଯାଉଛି । ଏହି କ୍ଷତି ପ୍ରାୟ ୫୦ ହଜାର କୋଟି ଟଙ୍କାର ହେବ ବୋଲି କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଅନ୍ୟପକ୍ଷରେ ଭାରତୀୟମାନେ ଚଳିତ ବର୍ଷ ଦୀପାବଳି ସାମଗ୍ରୀ କିଣିବାରେ ୨ ଲକ୍ଷ କୋଟି ବ୍ୟୟ କରିପାରନ୍ତି ବୋଲି ଏଥିରେ ଦର୍ଶାଯାଇଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କେଟ୍ ଚୀନ୍ ସାମଗ୍ରୀର ବହିଷ୍କାର ପାଇଁ ନିଷ୍ପତ୍ତି ନେଇଥିବା ବିବୃତିରେ କୁହାଯାଇଛି ।

କେଟ୍‌ର ଏହି ନିଷ୍ପତ୍ତି ଫଳରେ ଚୀନ୍ ରପ୍ତାନିକାରୀଙ୍କୁ ଚଳିତ ଦୀପାବଳିରେ ୫୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ । କାରଣ ବହୁ ସହରର ଭାରତୀୟ ବ୍ୟବସାୟୀମାନେ ଚୀନ୍ ନିର୍ମିତ ବହୁ ଆଇଟମ୍ ଆମଦାନି କରିବାକୁ ମନା କରିଦେଇଛନ୍ତି । ନିକଟରେ ଦେଶର ବଡ଼ ବଡ଼ ସହରରେ ଗ୍ରାହକଙ୍କ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ଯେ ସେମାନେ ଚୀନ୍ ପ୍ରସ୍ତୁତ ସାମଗ୍ରୀ କିଣିବା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ଭାରତୀୟ ସାମଗ୍ରୀର ଡିମାଣ୍ଡରେ ବୃଦ୍ଧି ଘଟିଛି । କେଟ୍ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲ୍‌ୱାଲ୍ କହିଛନ୍ତି ଯେ ସଂସ୍ଥାର ରିସର୍ଚ୍ଚ ୱିଙ୍ଗ୍ ଦ୍ୱାରା ନିକଟରେ ଦେଶର ୨୦ଟି ବଡ଼ ବଡ଼ ସହରରେ କରାଯାଇଥିବା ଏକ ସର୍ଭେରେ ଦୀପାବଳି ସାମଗ୍ରୀ, ବାଣ କିମ୍ବା ଅନ୍ୟ ସାମଗ୍ରୀ ପାଇଁ ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଚୀନା ରପ୍ତାନୀକାରୀଙ୍କୁ କୌଣସି ଅର୍ଡର ଦିଆଯାଇ ନାହିଁ ।

ଏହି ୨୦ ସହର ମଧ୍ୟରେ ଭୁବନେଶ୍ୱର, ନୂଆଦିଲ୍ଲୀ, ଅହମ୍ମଦାବାଦ, ରାଞ୍ଚି, ଜୟପୁର, ନାଗପୁର, ମୁମ୍ବାଇ, ଚଣ୍ଡିଗଡ଼, ଲକ୍ଷ୍ନୌ, ଗୁଆହାଟୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ମଦୁରାଇ, ଭୋପାଳ ଓ ଜମ୍ମୁ ପରି ସହ ସାମିଲ । ଅନ୍ୟପକ୍ଷରେ ରାକ୍ଷୀ ପୂର୍ଣ୍ଣମୀଠାରୁ ନୂଆବର୍ଷ ପର୍ଯ୍ୟନ୍ତ ୫ ମାସର ଉତ୍ସବ ଋତୁ ଅବସରରେ ପ୍ରତ୍ୟେକ ବର୍ଷ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୦ ହଜାର କୋଟି ଟଙ୍କାର ସାମଗ୍ରୀ ଚୀନ୍‌ରୁ ଆମଦାନୀ କରିଥାନ୍ତି । ଏହୌି ବହିଷ୍କର ଫଳରେ ଚଳିତବର୍ଷ ରାକ୍ଷୀ ଅବସରରେ ଚୀନ୍ ୫ ହଜାର କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଗଣେଶ ପୂଜା ଅବସରରେ ଡ୍ରାଗନ୍‌କୁ ପୁଣିଥରେ ୫୦୦ କୋଟି ଟଙ୍କାର କ୍ଷତି ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବ ଲଦାଖ୍‌ର ଗଲ୍‌ୱାନ୍‌ରେ ଚୀନ୍ ସୈନିକଙ୍କ ସହ ଭାରତୀୟ ସେନାର ଲଢ଼େଇ ପରଠାରୁ ଦେଶରେ ଲଗାତାର ଚୀନ୍ ସାମଗ୍ରୀର ବହିଷ୍କାର ବଢ଼ିଚାଲିଛି । ଚୀନ୍‌ରୁ ବିଶେଷତଃ ଫେଶନେବଲ୍ ସାମଗ୍ରୀ ଆମଦାନୀ କରାଯାଇଥାଏ । ଏହା ସ୍ଥାନୀୟ ବଜାର ଦର ତୁଳନାରେ ବେଶ୍ ଶସ୍ତା ହୋଇଥିବାରୁ ଲୋକମାନେ ଏହାକୁ ପସନ୍ଦ କରିଥାନ୍ତି । ମାତ୍ର ଯେବେଠାରୁ ବହିଷ୍କାର ଆରମ୍ଭ ହୋଇଛି, ସେବେଠାରୁ ଚୀନ୍ ସାମଗ୍ରୀ ପ୍ରତି ଲୋକମାନଙ୍କର ଆଗ୍ରହ କମିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking