36.1 C
Bhubaneswar
Sunday, May 19, 2024
Homeଓଡିଶାମୋ ବସ୍ ସେବା ପାଇଁ ‘କ୍ରୁଟ୍‌’କୁ ଜାତୀୟ ପୁରସ୍କାର

ମୋ ବସ୍ ସେବା ପାଇଁ ‘କ୍ରୁଟ୍‌’କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର: ମୋ ବସ୍ ସେବା ପାଇଁ ‘କ୍ରୁଟ୍‌’କୁ ପୁଣି ଥରେ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି ‘କ୍ରୁଟ୍‌ ଉତ୍କର୍ଷତା ହାସଲ କରିଛି । ସେନେଇ ଶୁକ୍ରବାର ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ (ୟୁଏମ୍‌ଆଇ)ସମ୍ମିଳନୀର ପୁରସ୍କାର ବିତରଣୀ ଉତ୍ସବରେ ‘କ୍ରୁଟ୍‌’କୁ ପୁରସ୍କୃତ କରାଯାଇଛି । ୟୁଏମ୍‌ଆଇ ସମ୍ମିଳନୀ-୨୦୨୧ ନୂଆଦିଲ୍ଲୀ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କଠୁ ‘କ୍ରୁଟ୍‌’ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପୁରସ୍କାର ବିତରଣୀ ଉତ୍ସବରେ ‘କ୍ରୁଟ୍‌’ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତୀ ମହାପାତ୍ର ବିଗତ ଦୁଇବର୍ଷ ଧରି କୋଭିଡ଼୍ ମହାମାରୀ ଭଳି ଏକ ବିପରୀତ ସମୟରେ ମଧ୍ୟ କିଭଳି ମୋ ବସ୍ ଜନସାଧାରଣମାନଙ୍କ ସେବାରେ ଲାଗି ପାରିଥିଲା ସେନେଇ ବିସ୍ତତୃ ଟିପ୍ପଣୀ ରଖିଥିଲେ। ସୂଚନାଥାଉ କି, ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ ‘କ୍ରୁଟ୍‌’ ଅନନ୍ୟ ଭୂମିକା ଗ୍ରହଣ କରିଆସୁଛି । କୋଭିଡ଼୍ ମହାମାରୀ ହେଉ କି ଅନ୍ୟ ଯେକୌଣସି ଆବଶ୍ୟକତା ସମୟରେ ‘କ୍ରୁଟ୍‌’ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଆସୁଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ‘କ୍ରୁଟ୍‌’ର ସେବାକୁ ଆହୁରି ତ୍ୱରାନ୍ୱତି କରାଯାଉଛି ।

ସେପରି ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍ ଏବଂ ଇ-ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ ଆପଣେଇପାରିଛି । ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂରେଇବାକୁ ଯାଇ ଏହି ଯାନଗୁଡ଼କିର ଡ଼୍ରାଇଭର୍ ଭାବରେ ସମାଜରେ ଅବହେଳିତ ହୋଇ ରହୁଥିବା ମହିଳା ଓ କିନ୍ନରଙ୍କୁ ଏଥିରେ ନିୟୋଜିତ କରାଯାଇଛି । ସେମାନଙ୍କୁ ଏକ ମୁଖ୍ୟ ସ୍ରୋତରେ ଆଣିବାର ‘କ୍ରୁଟ୍‌’୍‌ର ଏହି ପ୍ରୟାସକୁ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା ମିଳିଛି । ‘କ୍ରୁଟ୍‌’ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ଏହି ଅବସରରେ କହିଛନ୍ତି, ଏଭଳି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ମୋ ବସ୍ ପାଇଁ ନିହାତି ଏକ ଖୁସି ଖବର ।

ଜନସାଧାରଣଙ୍କ ନିକଟରେ ଆମର ଅଭିନବ ପ୍ରୟାସ ମାଧ୍ୟମରେ ମୋ ବସ୍ ସେବା ଯୋଗାଇପାରୁଛୁ, ଯାହା ଫଳରେ ଏହି ପୁରସ୍କାର ପାଇଁ ‘କ୍ରୁଟ୍‌’କୁ ଚୟନ କରାଯାଇଛି । ଏହା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ସୂଚନା ଥାଉକି, ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ୟୁଏମଆଇ ସମ୍ମିଳନୀରେ ଲଗାତାର ତିନିବର୍ଷ କ୍ରୁଟ୍‌କୁ ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ୟୁଏମଆଇ ପକ୍ଷରୁ ‘ଆୱାର୍ଡ଼ ଫର୍ ଏକ୍ସିଲେନ୍ସି ଇନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ସମ୍ମାନ ମିଳିଥିବାବେଳେ ଏସ୍‌ପିଭି କାଟାଗୋରୀରେ ‘ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ଼ ୨୦୨୧’ ମିଳିଛି । ସେହିପରି ୨୦୨୦ ରେ କୋଭିଡ଼୍‌-୧୯ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ନିଆଯାଇଥିବା ଅଭିନବ ପଦକ୍ଷେପ ପାଇଁ ପୁରସ୍କାର ଏବଂ ୨୦୧୯ ରେ ‘ବେଷ୍ଟ ସିଟି ବସ୍ ସର୍ଭିସ୍ ପ୍ରୋଜେକ୍ଟ’ ସମ୍ମାନରେ କ୍ରୁଟ୍‌କୁ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking