28.1 C
Bhubaneswar
Saturday, May 11, 2024
Homeଓଡିଶାଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ୍

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ୍

ନବରଙ୍ଗପୁର : ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଖସିଗଲା ଟ୍ରକ୍। ପାଣିରେ ଫସି ଥିବା ଡ୍ରାଇଭର ଉଦ୍ଧାର ହେଲେ। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଉମକୋଟ୍ ଧୋଡ୍ରା ନିକଟସ୍ଥ ପୋଲରେ ଘଟିଛି। ସୂଚନା ମୁତାବିକ, ବିଳମ୍ବିତ ରାତିରେ ଉମକୋଟ୍ ଧୋଡ୍ରା ନିକଟସ୍ଥ ପୋଲରେ ବାଇକ୍ ଆରୋହୀଙ୍କୁ ବଞ୍ଚଇବାକୁ ଯାଇ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। କିନ୍ତୁ ଟ୍ରକ୍ କ୍ୟାବିନ୍ ଭିତରେ ଡ୍ରାଇଭର ଓ ହେଲ୍ପର ଫସି ରହିଥିଲେ। ତେବେ ହେଲପର ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରିନଥିଲା ।

ପରେ ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀକୁ ସୂଚନା ଦେଇଥିଲା। ଉମରକୋଟ ଦମକଳବାହିନୀ ଓ ନବରଙ୍ଗପୁର ଦମକଳବାହିନୀର ଏକ ଟିମ୍ ଘଟଣାସ୍ଥଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବର୍ଷା ହେବା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଦୀର୍ଘ ୫ ଘଣ୍ଟା ର ଅପରେସନ ପରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ସଫଳ ହୋଇଥିଲେ ଦମକଳ ବାହିନୀ । ଉଦ୍ଧାର କରିବା ଉଭୟ ଡ୍ରାଇଭାର ଓ ଆହତ ହେଲପରଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking