27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶୟୁରୋପ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ୟୁରୋପ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ୟୁରୋପ ଯିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ ସମସ୍ୟା ଶେଷ ହୋଇଛି । ୟୁରୋପୀୟ ସଂଘ ୭ ଦେଶ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋବେନିଆ, ଗ୍ରୀସ, ଆଇସଲାଣ୍ଡ, ଆୟରଲାଣ୍ଡ ଓ ସ୍ପେନ ସହିତ ସ୍ୱିଜରଲାଣ୍ଡ ବି ଭାରତର କୋଭିସିଲ୍ଡକୁ ମଂଜୁରୀ ପ୍ରଦାନ କରିଛି । କାରଣ ଏହି ମଂଜୁରୀ ଯାତ୍ରା ପାଇଁ ନିହାତି ଆବଶ୍ୟକ ଥିଲା । ବର୍ତମାନ ସମୟରେ କୌଣସି ଦେଶକୁ ଯାତ୍ରା ପାଇଁ ଭ୍ୟାକ୍ସିନ ପାସପୋର୍ଟ ନିହାତି ଜରୁରୀ ।
ସୋମବାର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅଦାର ପୁନାବାଲା  ଟ୍ୱିଟ କରିଥିଲେ ଯେ, ‘ମୁଁ ଅନୁଭବ କରିଲି ଯେ, କୋଭିସିଲ୍ଡ ନେଇଥିବା ଅନେକ ଭାରତୀୟ ୟୁରୋପୀୟ ସଂଘ ଦେଶ ଯାତ୍ରାରେ ସମସ୍ୟାର ସାମ୍ନା କରୁଛନ୍ତି । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି, ଏହି ପ୍ରସଙ୍ଗକୁ ମୁଁ ଉଚ୍ଚ ସ୍ତରରେ ଉଠାଇଛି । ଆଶା କରୁଛି, ନିୟମ ଓ ଦେଶଙ୍କ ସହିତ ରାଜନୈତିକ ସ୍ତରରେ ଏହି ମାମଲାରେ ଜଲଦି ନିଷ୍ପତ୍ତି ନିଆଯିବ’ ।
ଭାରତରୁ ବିପୁଳ ମାତ୍ରାରେ ଲୋକେ ଚାକିରୀ କିମ୍ବା ପଢିବା ପାଇଁ ୟୁରୋପୀୟ ଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି । ହେଲେ ଭାରତୀୟ ଭ୍ୟାକ୍ସିନକୁ ପାସପୋର୍ଟ ସହ ସମ୍ବନ୍ଧ କରିବା ପାଇଁ ଅନୁମତି ନ ମିଳିବାରୁ ସେମାନଙ୍କୁ ଅସୁବିଧା ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking