31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିହାର ଦରଭଙ୍ଗାରେ ପାର୍ସଲ ବ୍ଲାଷ୍ଟ ମାମଲା: ଦୁଇ ଆତଙ୍କବାଦୀ ଗିରଫ

ବିହାର ଦରଭଙ୍ଗାରେ ପାର୍ସଲ ବ୍ଲାଷ୍ଟ ମାମଲା: ଦୁଇ ଆତଙ୍କବାଦୀ ଗିରଫ

ହାଇଦ୍ରାବାଦ: ଆତଙ୍କୀ ସଂଗଠନ ଲସ୍କର-ଏ-ତୈୟବା ଭାରତକୁ ଦୋହଲାଇବା ପାଇଁ ଷଡଯନ୍ତ୍ର ରଚୁଥିଲା । ହେଲେ ଆଜି ଷଡଯନ୍ତ୍ରରେ ପାଣି ପଡିଛି । ବିହାର ଦରଭଙ୍ଗାରେ ପାର୍ସଲ ବ୍ଲାଷ୍ଟ ମାମଲାରେ ହାଇଦ୍ରାବାଦରୁ ଆଜି ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀଙ୍କ ଗିରଫ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଅର୍ଥାତ ଏନଆଇଏ କରିଛି । ପଚରାଉଚୁରା ସମୟରେ ସେମାନେ କହିଛନ୍ତି ଯେ, ସେମାନେ ଲସ୍କର ପ୍ରରୋଚନାରେ ଭାରତକୁ କ୍ଷତି ପହଂଚାଇବା ପାଇଁ ଷଡଯନ୍ତ୍ର କରୁଥିଲେ ।
ବିହାର ଦରଭଙ୍ଗା ରେଳ  ଷ୍ଟେସନରେ ୧୭ ଜୁନରେ ଏକ ବିସ୍ପୋରଣ ହୋଇଥିଲା । ବର୍ତମାନ ଏଥିରେ କିଏ ଆହତ ହୋଇଥିବା ସୂଚନା ନାହିଁ । କୁହାଯାଉଛି ଯେ, ବିସ୍ଫୋରଣ ଏକ ଟ୍ରେନର ପାର୍ସଲ ବ୍ୟାନରୁ ଭଣ୍ଡାରସ୍ଥଳକୁ ଡ୍ରେସ ବଣ୍ଡଲ ନେଇଯାଉଥିବା ସମୟରେ ହୋଇଥିଲା । ପାର୍ସଲ ସିକନ୍ଦରାବାଦରୁ ଆସୁଥିବା ଟ୍ରେନରେ ଆସିଥିଲା ଓ ବିସ୍ଫୋରଣ ପରେ କପଡା ବଣ୍ଡଲରେ ନିଆଁ ଲାଗିଯାଇଥିଲା । ସେହି ପାର୍ସଲକୁ ହାଇଦ୍ରାବାଦରୁ ସୁଫିୟାନ ନାମକ ଜଣେ ବ୍ୟକ୍ତି ପଠାଇଥିଲା । ପୁଲିସ ହିସାବରେ ସେହି ବ୍ୟକ୍ତି ହେଉଚି ଫେକ୍ । କାରଣ ଦରଭଙ୍ଗାକୁ ଏହି ପାର୍ସଲ ସୁଫିୟାନ ନାମକ ବ୍ୟକ୍ତି ପାଇଁ ହିଁ ପଠାଯାଇଥିଲା ଏବଂ ସେଥିରେ ଦିଆଯାଇଥିବା ନମ୍ବର ବି ବିହାର ଓ ହାଇଦ୍ରାବାଦରେ କାହା ନାମରେ ପଂଜିକୃତ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking