38.1 C
Bhubaneswar
Friday, April 24, 2026
Homeଓଡିଶାଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ହେବ ପୁନର୍ଗଠିତ

ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ହେବ ପୁନର୍ଗଠିତ

ଭୁବନେଶ୍ୱର :  ଓଡ଼ିଶା ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡକୁ ପୁନର୍ଗଠିତ କରିଛନ୍ତି। ତେବେ ଏହି ପ୍ରକ୍ରିୟାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାର ମାତ୍ର ଦୁଇ ଦିନର ବ୍ୟବଧାନରେ ପୂର୍ବ ନିର୍ଦ୍ଦେଶନାମାକୁ ବାତିଲ କରି ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଥମେ ଏପ୍ରିଲ ୨୧, ୨୦୨୬ରେ ବୋର୍ଡ ଗଠନ ନେଇ ବିଜ୍ଞପ୍ତି ସଂଖ୍ୟା ୪୨୫୫ ପ୍ରକାଶ ପାଇଥିଲା। କିନ୍ତୁ ଏହାର ଦୁଇ ଦିନ ପରେ, ଅର୍ଥାତ୍ ଏପ୍ରିଲ ୨୩, ୨୦୨୬ରେ, ବିଭାଗ ପକ୍ଷରୁ ଏହି ପୂର୍ବ ବିଜ୍ଞପ୍ତିକୁ ବାତିଲ କରିବା ପାଇଁ ଅନୁରୋଧ କରାଯାଇଥିଲା ଏବଂ ସେହି ଦିନ ହିଁ ବିଜ୍ଞପ୍ତି ସଂଖ୍ୟା ୪୪୦୭ ମାଧ୍ୟମରେ ନୂତନ ବୋର୍ଡ ଗଠନ କରାଯାଇଥିଲା।

ଏହି ନୂତନ ବିଜ୍ଞପ୍ତିରେ ବୋର୍ଡର ଅଧ୍ୟକ୍ଷ ପଦରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମୁଖ୍ୟ ଶାସନ ସଚିବ ଏହି ବୋର୍ଡର ଅଧ୍ୟକ୍ଷ ଥିବାବେଳେ, ବର୍ତ୍ତମାନ ଏସଏସଇପିଡି ବିଭାଗର ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ (ଉପ-ଅଧ୍ୟକ୍ଷ), ନିର୍ଦ୍ଦେଶକ (ସଦସ୍ୟ ସଚିବ), ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରତିନିଧି, ଜିଲ୍ଲାପାଳ (ବଲାଙ୍ଗୀର, ଅନୁଗୋଳ, ଖୋର୍ଦ୍ଧା), ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟ (ଦିପ୍ତି ରଞ୍ଜନ ମହାପାତ୍ର ଏବଂ ସୌମ୍ୟ ଦାସ) ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପୁନର୍ଗଠନ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ୟ୍ୟ କରିବ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୫ ମସିହା ୧୫ ତାରିଖରେ ମଧ୍ୟ ବୋର୍ଡ ଗଠନ ବେଳେ ଏହାର ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିଥିଲେ। କିନ୍ତୁ ଗତ ୨୧ ତାରିଖରେ ବୋର୍ଡ ପୁନର୍ଗଠନ ବେଳେ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଦୁଇ ଦିନ ଭିତରେ ଏବେ ପୁଣିଥରେ ମନ୍ତ୍ରୀ ଦାୟିତ୍ୱରେ ରହିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking