38.7 C
Bhubaneswar
Thursday, June 18, 2026
Homeଓଡିଶାଜାତୀୟ ରାଜପଥରେ ଜଳିଗଲା ବିଦ୍ୟୁତ ଚାଳିତ କାର

ଜାତୀୟ ରାଜପଥରେ ଜଳିଗଲା ବିଦ୍ୟୁତ ଚାଳିତ କାର

ଢେଙ୍କାନାଳ : ଆଜି ଭୋର ସମୟରେ ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୫୩ର ଶାମଳ ନିକଟରେ ଏକ ବିଦ୍ୟୁତ ଚାଳିତ କାର ହଠାତ୍ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସୂଚନା ଅନୁସାରେ ଗାଡି ଚାଳକ ଦେବାଶିଷ ମିଶ୍ର କାରକୁ ନେଇ ନାଲକୋ ଅଭିମୁଖେ ଯାଉଥିବାବେଳେ ଅଧରାତିରେ ହଠାତ୍ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ଗାଡ଼ିଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । ଚାଳକ ସଠିକ ସମୟରେ ଗାଡ଼ିରୁ ବାହାରି ଆସିଥିବାରୁ ସୁରକ୍ଷିତ ରହିଛନ୍ତି । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ପରେ ଭୁବନ ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ୍ ଏବଂ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଚାଳକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ନିଆଳି ଅଂଚଳର ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking