39.6 C
Bhubaneswar
Thursday, June 18, 2026
Homeଓଡିଶାମୟୂରଭଞ୍ଜରୁ ଚମ୍ପୁଆକୁ ଫେରିଲେ ୨୫ ଟିକିଆ ହାତୀପଲ

ମୟୂରଭଞ୍ଜରୁ ଚମ୍ପୁଆକୁ ଫେରିଲେ ୨୫ ଟିକିଆ ହାତୀପଲ

ମୟୂରଭଞ୍ଜ: ମୟୂରଭଞ୍ଜରୁ ଚମ୍ପୁଆ ରେଞ୍ଜକୁ ଲେଉଟିଲେ ୨୫ ଟିକିଆ ହାତୀପଲ । ମୟୂରଭଞ୍ଜ ଗଲେ ଆଠଟିକିଆ ହାତୀ । ଦୀର୍ଘ ଏକମାସର ବ୍ୟବଧାନ ପରେ ଗତରାତି ୨୫  ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି । ଏକମାସ ତଳେ ଏହି ହାତୀ ପଲ ପାଟଣା ରେଞ୍ଜ ମଧ୍ୟ ଦେଇ ମୟୂରଭଞ୍ଜକୁ ଚାଲିଯାଇଥିଲେ । ଗତରାତି ମୟୂରଭଞ୍ଜର କରଞ୍ଜିଆ ରେଞରୁ ବୈତରଣୀ ନଦୀ ପାର ହେଇ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର ପଦ୍ମପୁର ଗାଁ ମଧ୍ୟ ଦେଇ ଆଜି ସକାଳେ ଝାଲିଆବେଡ଼ା ଜଙ୍ଗଲରେ ପଶିଛନ୍ତି ଏହି ହାତୀ ପଲ । ଅନ୍ୟପଟେ ଚମ୍ପୁଆ ରେଞ୍ଜର ଚମ୍ପୁଆ ସେକ୍ସନରେ ଥିବା ତିନୋଟି ଏବଂ ଉଖୁଣ୍ଡା ସେକ୍ସନରେ ଥିବା ପାଞ୍ଚଟି ହାତୀ ଗତ ରାତି ବୈତରଣୀ ନଦୀ ପାର ହେଇ ମୟୁରଭଞ୍ଜକୁ ଚାଲିଯାଇଥିବା ସୂଚନା ରହିଛି । ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଥିବା ହାତୀପଲ ପୂର୍ବରୁ ଚମ୍ପୁଆ ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଥିବାରୁ ଏହି ହାତୀ ପଲକୁ ନେଇ ବହୁ ଗାଁରେ ଭୟର ବାତାବରଣ ରହିଛି । ଅନ୍ୟପଟେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିଥିବା ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking