38.7 C
Bhubaneswar
Thursday, June 18, 2026
Homeଓଡିଶାପାଠ୍ୟ ପୁସ୍ତକ ତ୍ରୁଟି; ଆସନ୍ତା ବର୍ଷକୁ ଭୁଲ ହେବନି: ଏସସିଇଆରଟି

ପାଠ୍ୟ ପୁସ୍ତକ ତ୍ରୁଟି; ଆସନ୍ତା ବର୍ଷକୁ ଭୁଲ ହେବନି: ଏସସିଇଆରଟି

ଭୁବନେଶ୍ୱର:  ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବହି ଛପା ହେବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏହାର ପରିବର୍ତ୍ତେ ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ପୁସ୍ତିକା ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି । ସୂଚନା ଅନୁଯାୟୀ, ଏହି ସଂଶୋଧନ ପୁସ୍ତିକା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକର ଭୁଲଗୁଡ଼ିକୁ ଚିହ୍ନଟ କରି ସଠିକ୍ ତଥ୍ୟ ସହିତ ପଢ଼ିବେ । ଏହି ବ୍ୟବସ୍ଥା ଦ୍ୱାରା ନୂଆ ବହି ଛପାରେ ସମୟ ଓ ଖର୍ଚ୍ଚ ଦୁହେଁକୁ କମାଇବାର ଉଦ୍ଦେଶ୍ୟ ରହିଛି । SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବଡ଼ କ୍ଲାସର ଛାତ୍ରଛାତ୍ରୀମାନେ ନିଜେ ଭୁଲ ସୁଧାରି ପାଠ ପଢ଼ିପାରିବେ ।ଏହା ତାଙ୍କର ବୁଦ୍ଧିଗତ ବିକାଶରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ଅନ୍ୟପଟେ, ଛୋଟ କ୍ଲାସର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକମାନେ ଏହି ସଂଶୋଧନଗୁଡ଼ିକୁ ବ୍ୟାଖ୍ୟା କରି ପଢ଼ାଇବେ । ଏହା ଦ୍ୱାରା ସେମାନେ ଭୁଲ ତଥ୍ୟ ନେଇ ଗୋଲମାଲରେ ପଡ଼ିବେ ନାହିଁ ବୋଲି ବିଭାଗ କହିଛି । ଶିକ୍ଷା ବିଭାଗର ଏହି ନୂଆ ପଦକ୍ଷେପକୁ ନେଇ ଶିକ୍ଷକ ଓ ଅଭିଭାବକମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି । କେହି ଏହାକୁ ସ୍ୱାଗତ କରୁଥିବାବେଳେ କେହି ନୂଆ ବହି ନ ଛପାଯିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking