39.6 C
Bhubaneswar
Thursday, June 18, 2026
Homeଦେଶ ବିଦେଶଅଶୋଧିତ ତେଲ ଦରରେ ବଡ଼ ହ୍ରାସ

ଅଶୋଧିତ ତେଲ ଦରରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଅଶୋଧିତ ତେଲ ଦରରେ ବଡ଼ ହ୍ରାସ, ଶାନ୍ତି ଚୁକ୍ତି ପରେ ବିଶ୍ୱ ବଜାରକୁ ଆଶ୍ୱସ୍ତି ।  ଆନ୍ତର୍ଜାତିକ ସ୍ତରରେ ହୋଇଥିବା ଶାନ୍ତି ଚୁକ୍ତି ପରେ ବିଶ୍ୱ ତେଲ ବଜାରରେ ଦେଖାଦେଇଛି ସକାରାତ୍ମକ ପ୍ରଭାବ । କିଛି ଦିନ ଧରି ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ବଢ଼ି ଚାଲିଥିବା ଅଶୋଧିତ ତେଲ ଦର ଏବେ କମିବା ଆରମ୍ଭ କରିଛି । ଶାନ୍ତି ଚୁକ୍ତି ସ୍ୱାକ୍ଷର ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୧ ଦଶମିକ ୫୧ ପ୍ରତିଶତ ହ୍ରାସ ପାଇଛି । ତଥ୍ୟ ଅନୁସାରେ, ବ୍ୟାରେଲ ପିଛା ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଇ ୭୮ ଦଶମିକ ୩୪ ଡଲାରରେ ପହଞ୍ଚିଛି । ଏହି ହ୍ରାସ ଫଳରେ ଆନ୍ତର୍ଜାତିକ ବଜାରରେ ତେଲ ଯୋଗାଣ ନେଇ ଥିବା ଅନିଶ୍ଚିତତା କମିଛି ଏବଂ ନିବେଶକମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି ।

 ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯେଉଁ ଅଞ୍ଚଳରେ ଦୀର୍ଘ ଦିନ ଧରି ସଂଘର୍ଷ ଓ ଉତ୍ତେଜନା ଚାଲିଥିଲା, ସେଠାରେ ଶାନ୍ତି ପ୍ରତିଷ୍ଠା ହେବାରୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା କମିଛି । ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତେଲ ଦର ଉପରେ ପଡ଼ିଛି । ତେଲ ଦର କମିବା ଫଳରେ ଭାରତ ଭଳି ତେଲ ଆମଦାନୀ ଉପରେ ନିର୍ଭରଶୀଳ ଦେଶମାନଙ୍କ ପାଇଁ ଏହା ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି । ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନ ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି । ତେବେ ବିଶ୍ୱ ରାଜନୈତିକ ପରିସ୍ଥିତି କେଉଁ ଦିଗକୁ ଯାଉଛି ଓ ଶାନ୍ତି ଚୁକ୍ତି କେତେ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହେଉଛି, ତାହା ଉପରେ ଆଗାମୀ ଦିନରେ ତେଲ ଦରର ଗତିପଥ ନିର୍ଭର କରିବ । ବର୍ତ୍ତମାନ ପାଇଁ ତେଲ ବଜାରରେ ଏହି ହ୍ରାସ ବିଶ୍ୱ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିର ଖବର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking