ନୂଆଦିଲ୍ଲୀ : ଓମାନ ତଟ ନିକଟରେ ୧୪ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯାଇଛି । ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟକ ଜାହାଜ ଉଦ୍ଧାର କାର୍ଯ୍ୟ କରିଛି । ସୂଚନା ମୁତାବକ, ଡଙ୍ଗାରେ ଓମାନର ରସ ଅଲ ହଦ୍ଦରୁ ପ୍ରାୟ ୮୦ ମାଇଲ ପୂର୍ବରେ ଫସିଥିଲେ । ଯାହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ଖବର ମୁତାବକ, ଆମେରିକା ନୌସେନାକୁ ରବିବାର ସକାଳେ ଖବର ମିଳିଥିଲା । ଏହାପରେ ଆମେରିକା ନୌସେନା ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନାକୁ ଆଲର୍ଟ ଜାରି କରିଥିଲେ । ଆମେରିକା ନୌସେନାର ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନା ଆଲର୍ଟ ଜାରି କରିଛି । ଆମେରିକା ନୌସେନାର ପି-୮ ସମୁଦ୍ରକୁ ବିମାନ ଜରିଆରେ ପହଞ୍ଚି ଏକ ଲାଇଫ ରାଫ୍ଟ ପକାଇ ରେସକ୍ୟୁ ଅପରେସନ କରିଥିଲା । ଉଦ୍ଧାର ଅଭିଯାନରେ ପାଖରେ ଯାଉଥିବା ଏକ ବାଣିଜ୍ୟକ ଜାହାଜ ମଧ୍ୟ ସାମିଲ ହୋଇଥିଲା । ଏହି ଜାହାଜ ସୋହାରରୁ ମୁମ୍ବାଇ ଯାଉଥିଲା । ଆମେରିକା ପି-୮ ବିମାନର ଅନୁରୋଧକ୍ରମେ ବୁଡିଯାଉଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର ପାଇଁ କୁହାଯାଇଥିଲା । ତେବେ ଏହି ଡଙ୍ଗାରେ ୧୪ ଭାରତୀୟ ନାଗରିକ ଥିଲେ । ସେମାନଙ୍କ ସ୍ଥିତିକୁ ନେଇ ଅଫିସିଆଲ ସୂଚନା ମିଳିନାହିଁ । କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।










