38.7 C
Bhubaneswar
Tuesday, June 16, 2026
Homeଓଡିଶା୨୫କେଭି ଲାଇନ ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

୨୫କେଭି ଲାଇନ ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ  ୨୫ କେଭି ଲାଇନ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।ଦୁର୍ଘଟଣା ମଧ୍ୟାହ୍ନରେ ଘଟିଛି। ଗୁରୁତର ଶ୍ରମିକ ବାହାଦୂରପଡାର ପିଣ୍ଟୁ ଭାଇନା(୨୨)।ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି।  ଜି ଆର ପିର ସୂଚନ ଅନୁସାରେ ବ୍ରଜରାଜନଗର ଷ୍ଟେସନ ୩ନମ୍ବର ପ୍ଲାଟଫର୍ମର ଉପର ଆଲୁମିନିୟମ ସେଡ ମରାମତି ସମୟରେ  ନିୟୋଜିତ ଶ୍ରମିକ ନିକଟରେ ଥିବା ୨୫ କେ ଭି ବିଦ୍ୟୁତ୍ ସମ୍ପର୍କରେ ଆସିବାରୁ ଦୁର୍ଘଟଣା ଘଟିଥିଲା। ନିକଟରେ ଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଲାଇନ ଥିବା ସମୟରେ ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ  ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି।  ଏଭଳି ସ୍ଥାନରେ କାମ ଚାଲୁଥିବା ସମୟରେ  ବିଭାଗୀୟ ଅଧିକାରୀ  ଓ ଠିକାଦାର  ଆବଶ୍ୟକ ପଦକ୍ଷେପ ନେଇଥିଲେ କି ନାହିଁ ଏହାଉପରେ ତଦନ୍ତର ଆବଶ୍ୟକତା  ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking