ନୂଆଦିଲ୍ଲୀ: ଆଧାର କାର୍ଡ ବ୍ୟବହାର ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରାଯାଇଛି । ଆବେଦନରେ ଅନୁରୋଧ କରାଯାଇଥିଲା ଯେ ଆଧାରକୁ କେବଳ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉ । ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ନୁହେଁ ।ଆବେଦନକାରୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଦର୍ଶାଇଥିଲେ ଯେ ବିଭିନ୍ନ ପ୍ରଶାସନିକ ଏବଂ ନିର୍ବାଚନ ପ୍ରକ୍ରିୟାରେ ଆଧାରକୁ ଆଇନଗତ ପରିସର ବାହାରେ ବ୍ୟବହାର କରାଯାଉଛି । ନୂଆ ଭୋଟର ପଞ୍ଜୀକରଣ ପାଇଁ ଫର୍ମ -୬ରେ ଜନ୍ମ ତାରିଖ ଏବଂ ବାସସ୍ଥାନର ପ୍ରମାଣ ଭାବରେ ଆଧାରକୁ ଗ୍ରହଣ କରାଯିବା ଉପରେ ମଧ୍ୟ ସେ ଆପତ୍ତି କରିଥିଲେ । ଆବେଦବ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।










