38.1 C
Bhubaneswar
Friday, April 24, 2026
Homeଓଡିଶାବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:  ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଶାସକ ଦଳ ବେଶ୍ ଉତ୍ସାହିତ ରହିଛି । ମୁଖ୍ୟମନ୍ତ୍ରୀ ପୂର୍ବ ଗସ୍ତରେ କୃଷି ମହାବିଦ୍ୟାଳୟର ଭେଟି ଦେଇଥିବାବେଳେ ଏଥର ବଜେଟରେ ସରକାରୀ ଇଂଜିନିୟରିଂ କଲେଜ ଘୋଷଣା କରିଛନ୍ତି ।ତେଣୁ ଏହି ଗସ୍ତରେ ମଧ୍ୟ ଜିଲ୍ଲାବାସୀଙ୍କୁ କିଛି ବଡ଼ ଉପହାର ମିଳିପାରେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ୍ । ସେପଟେ ବିରୋଧୀ ବିଜୁ ଜନତା ଦଳ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଦାବି ଉପସ୍ଥାପନ କରିଛି । କଂଗ୍ରେସ ମଧ୍ୟ ଘୋଷିତ ପ୍ରକଳ୍ପଗୁଡ଼ିକ କେବଳ ଫମ୍ପା ପ୍ରତିଶୃତି ନହେଉ ବୋଲି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking