28.3 C
Bhubaneswar
Saturday, June 20, 2026
Homeଓଡିଶାମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

ମୟୂରଭଞ୍ଜ/ଭୁବନେଶ୍ୱର/କଟକ: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ଓଡ଼ିଶାର ବିକାଶ ପାଇଁ ₹୪୭,୬୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ମଧ୍ୟରେ କଳାହାଣ୍ଡି ଓ ଗିରିଶୋଳା (ଗଞ୍ଜାମ)ରେ ୨ଟି ଟ୍ରକ୍ ଟର୍ମିନାଲ୍, କଟକ ଓ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS) ଏବଂ ରାଜ୍ୟର ୯ଟି ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS)ର ଶୁଭ ଉଦଘାଟନ କରାଯାଇଛି। ଏଥିସହିତ ସମ୍ବଲପୁର-ରାଉରକେଲା, ମଙ୍ଗୁଳି-ସମ୍ବଲପୁର, ବ୍ରହ୍ମପୁର-ତପ୍ତପାଣି ଓ ବ୍ରହ୍ମପୁର-ଭଞ୍ଜନଗର ଭଳି ୪ଟି ପ୍ରମୁଖ ମାର୍ଗରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IEMS) କାର୍ଯ୍ୟକାରୀ ହୋଇଛି।

ରାଜପଥରେ ବେଆଇନ ପାର୍କିଂ ସମସ୍ୟା ହ୍ରାସ କରିବା ଏବଂ ଦୀର୍ଘ ସମୟ ଗାଡ଼ି ଚଲାଉଥିବା ଚାଳକମାନଙ୍କୁ ଆରାମଦାୟକ ବିଶ୍ରାମ ସୁବିଧା ଯୋଗାଇବା ଲକ୍ଷ୍ୟରେ କଳାହାଣ୍ଡି ଏବଂ ଗଞ୍ଜାମର ଗିରିଶୋଳାଠାରେ ଦୁଇଟି ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍ ଉଦ୍‌ଘାଟିତ ହୋଇଛି। ଏଥିସହିତ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ମାନବୀୟ ହସ୍ତକ୍ଷେପ ମୁକ୍ତ କରିବା ପାଇଁ କଟକ ଏବଂ ଭୁବନେଶ୍ୱରଠାରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS)ର ଶୁଭାରମ୍ଭ କରାଯାଇଛି। ଗାଡ଼ିର ଫିଟନେସ୍ ପରୀକ୍ଷାରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ପାଇଁ କେନ୍ଦ୍ରାପଡ଼ା, ନୟାଗଡ଼, ବାଲେଶ୍ୱର, ବୌଦ୍ଧ, ଭୁବନେଶ୍ୱର, ମୟୁରଭଞ୍ଜ, ରାଉରକେଲା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ୯ଟି ପ୍ରମୁଖ ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS)ର ଉଦଘାଟନ ହୋଇଛି। ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୁର୍ଘଟଣା ସଂଖ୍ୟା ହ୍ରାସ ଓ ବେପରୁଆ ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ରଖିବା ଲକ୍ଷ୍ୟରେ ରାଜ୍ୟର ଚାରୋଟି ପ୍ରମୁଖ ମାର୍ଗରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IEMS) କାର୍ଯ୍ୟକାରୀ କରାଯାଇଛି। ଏହି ୪ଟି ନିର୍ଦ୍ଧାରିତ ମାର୍ଗ ହେଉଛି ସମ୍ବଲପୁର – ରାଉରକେଲା, ମଙ୍ଗୁଳି – ସମ୍ବଲପୁର, ବ୍ରହ୍ମପୁର – ତପ୍ତପାଣି ଏବଂ ବ୍ରହ୍ମପୁର – ଭଞ୍ଜନଗର, ଯାହା ଆଗାମୀ ଦିନରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking