26.1 C
Bhubaneswar
Wednesday, May 8, 2024
Homeଓଡିଶାଏଣିକି କିନ୍ନର ହୋଇପାରିବେ ପୁଲିସ

ଏଣିକି କିନ୍ନର ହୋଇପାରିବେ ପୁଲିସ

ଭୁବନେଶ୍ୱର: ଏଣିକି କିନ୍ନର ହୋଇପାରିବେ ପୋଲିସ । ଓଡିଶା ପୋଲିସରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ୪୭୭ ଏସଆଇ ଓ ୨୪୪ କନେଷ୍ଟବଳ କମ୍ୟୁନିକେସନ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ବ୍ୟକ୍ତିମାନେ ଏହି ସୁଯୋଗର ସଦବ୍ୟବହାର କରନ୍ତୁ । ଜୁନ ୨୨ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିହେବ । କିନ୍ନରମାନେ ମଧ୍ୟ ଆବେଦନ କରିପାରିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଆଗରୁ କିନ୍ନର ମାନଙ୍କୁ ସମାଜରେ ଆଡ ଆଖିରେ ଦେଖାଯାଉଥିଲା। ପରେ ରାଜ୍ୟ ସରକାର ତାଙ୍କୁ ସମାଜର ଏକ ପାହ୍ୟା ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ କରାଇଲେ। ବର୍ତ୍ତମାନ ସେମାନେ ସମାଜରେ ଏକ ପ୍ରତିଷ୍ଠା ହାସଲ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking