30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୋପୋରରେ ପୁଲିସ ଓ ସିଆରପିଏଫ ଟିମ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ସୋପୋରରେ ପୁଲିସ ଓ ସିଆରପିଏଫ ଟିମ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଜମ୍ମୁକଶ୍ମୀର: ଆତଙ୍କବାଦୀମାନେ ସୋପୋରର ଆରାମପୋରାରେ ପୁଲିସ ଓ ସିଆରପିଏଫର ସଂଯୁକ୍ତ ଟିମ ଉପରକୁ ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମୀ ଶହିଦ ହୋଇଛନ୍ତି ଏବଂ ୩ ଜଣ ସାଦାରଣ ନାଗରିକଙ୍କ ପ୍ରାଣ ଚାଲି ଯାଇଛି । ସେହିଭଳି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସୁରକ୍ଷାକର୍ମୀମାନେ ଏବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି । କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ସୋପୋରରେ ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ର ହାତ ରହିଛି ।
ଭାରତ ପକ୍ଷରୁ ଜମ୍ମୁ କଶ୍ମୀରର ପୁଣି ଥରେ ବିଭାଜନ ଓ ଭୌଗୋଳିକସ୍ଥିତିରେ ପରିବର୍ତନ କରିବା ନେଇ ଖବର ମଧ୍ୟରେ ପାକିସ୍ତାନ ସଂପୂର୍ଣ୍ଣ ଭାବରେ କ୍ଷୁବ୍ଦ ହୋଇଛି । କୌଣସି  ନୂତନ ବୃତ୍ତିର  ଆଇନଗତ ପ୍ରଭାବ ପଡ଼ିବ ନାହିଁ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ପାକିସ୍ତାନ ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜାମ୍ମୁ କାଶ୍ମୀରକୁ ବେଆଇନ ଭାବେ ଦଖଲ କରିଛି ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking