26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଂଜାବରେ ଏକ ହେଲେ SAD-BSP

ପଂଜାବରେ ଏକ ହେଲେ SAD-BSP

ଚଣ୍ଡୀଗଡ: ଆଗାମୀ ପଂଜାବ ବିଧାନସଭା ନିର୍ବାଚନରେ ଶିରୋମଣି ଅକାଳୀ ଦଳ ଓ ମାୟାବତୀଙ୍କ ନେତୃତ୍ୱାଧୀନ ବିଏସପି ଏକାସାଙ୍ଗରେ ରାଜନୌତିକ ମଂଚରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ମୋଟ ୧୧୭ ବିଧାନସଭା ସିଟରୁ ୨୦ ସିଟରେ ବହୁଜନ ସମାଜ ପାର୍ଟି ଓ ଅବଶିଷ୍ଟ ୯୭ ସିଟରେ ଶିରୋମଣି ଅକାଳୀ ଦଳ ନିର୍ବାଚନ ଲଢିବେ । ବିଏସପି ଭାଗରେ ଜାଳନ୍ଧରର କରତାରପୁର ସାହିବ, ଜାଳନ୍ଧର ପଶ୍ଚିମ, ଜାଳନ୍ଧର ଉତ୍ତର, ଫଗବାଡା, ହୋଶିୟାରପୁର ସଦର, ଦାସୁୟା, ରୂପନଗର ଜିଲ୍ଲାରେ ଚମକୌର ସାହିବ, ପଠାନକୋଟ ଜିଲ୍ଲାରେ ବସ୍‌ସି ପଠାନା, ଜୃଜାନପୁର, ଅମୃତସର ଉତ୍ତର ଓ ଅମୃତସର ମଧ୍ୟ ଆଦି ସିଟ ରହିଛି । ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦଳର ଭାବନା ହେଉଛି ଦୂରଦର୍ଶୀ । ଦୁଇ ଦଳ ଗରିବ କୃଷକଙ୍କ ଅଧିକାର ପାଇଁ ଲଢେଇ କରୁଛି । ଏହା ପଂଜାବ ରାଜନୀତି ପାଇଁ ଐତିହାସିକ ଦିନ । ଏହାପୂର୍ବରୁ ୧୯୯୬ ମସିହାରେ ଲୋକସଭା ନିର୍ବାଚନରେ ଅକାଳୀ ଦଳ ଓ ବିଏସପି ଦୁଇ ଦଳ ସାଥୀ ହୋଇ ନିର୍ବାଚନ ଲଢିଥିଲେ । ସେତେବେଳେ ବିଏସପି ସୁପ୍ରିମୋ କାଂଶୀରାମ ପଂଜାବରୁ ନିର୍ବାଚନ ଜିତିଥିଲେ । ସେପ୍ଟେମ୍ବର 2020 ରେ, ଏନଡିଏର ପ୍ରତିନିଧୀ ଅକାଳୀ ଦଳ ସଂସଦରେ ପାରିତ ହୋଇଥିବା ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ମୋଦୀ ସରକାରରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking