26.1 C
Bhubaneswar
Tuesday, May 7, 2024
Homeଓଡିଶାଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ

ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇ ମୋଟ ୧୬୯ଜଣ ଜୁନିୟର ଓ ସିନିୟର ବ୍ରାଞ୍ଚ ଓଏଏସ୍ ଅଫିସର ଏବଂ ଓଆରଏସ୍ ଅଫିସରଙ୍କୁ ବଦଳି କରାଯାଇଛି । ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି ।

ସେହିପରି ଅନ୍ୟ ଗୋଟିଏ ବିଜ୍ଞପ୍ତିରେ ମୋଟ ୬୧ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କୁ ବଦଳି ହୋଇଛି । ଏଥିରେ ୬୦ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଓ ଜଣେ ଅଫିସରଙ୍କୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ବିଭାଗ ପକ୍ଷରୁ ଜାରି ଅନ୍ୟ ଏକ ବିଜ୍ଞପ୍ତିରେ ୫୨ଜଣ ଓଏଏସ୍ ଜୁନିୟର ବ୍ରାଞ୍ଚ ଓ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି । ଏଥିରେ ୧୯ଜଣ ଅଫିସରଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ଏହି ମୋଟ ୧୬୯ଜଣ ଓଏଏସ୍ ଓ ଓଆରଏସ୍ ଅଫିସରଙ୍କ ମଧ୍ୟରେ ୭୯ ଜଣଙ୍କୁ ତହସିଲଦାର ଓ ୫୮ ଜଣଙ୍କୁ ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି । ସମସ୍ତ ଅଫିସରଙ୍କୁ ତୁରନ୍ତ ରିଲିଭ କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking