36.1 C
Bhubaneswar
Sunday, May 19, 2024
Homeଅପରାଧଏକ ତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ

ଏକ ତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ

ଲକ୍ଷ୍ନୌ: ପ୍ରେମରେ ବିଫଳ ହେବା ପରେ ଅନେକ କଥା ମନକୁ ଆସିଥାଏ । କିଏ ଅନ୍ୟର ଜୀବନ ନେଇଯାଏ ତ ଆଉ କିଏ ନିଜ ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ । ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ଏକ ତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ, ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ଭଦୋହିରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି । ଯୁବତୀ ଜଣକ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ତାଙ୍କର ଜୀବନ ଚାଲି ଯାଇଛି । ମୃତ ଯୁବତୀଙ୍କ ନାଁ ଅନୁରାଧା ବିନ୍ଦ ।

ସୂଚନା ଅନୁଯାୟୀ, ବୁଧବାର ୧୫ ବର୍ଷୀୟ ଅନୁରାଧା ସମ୍ପର୍କୀୟ ଭଉଣୀ ନିଶାଙ୍କ ସହ କୋଚିଂ ସେଣ୍ଟରରୁ ଘରକୁ ଫେରୁଥିଲେ । ଏହି ସମୟରେ ଅଭିଯୁକ୍ତ ଅରବିନ୍ଦ ବିଶ୍ୱକର୍ମା(୨୨), ଅନୁରାଧାଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅରବିନ୍ଦ, ଅନୁରାଧାଙ୍କୁ ଭଲ ପାଉଥିଲେ । ହେଲେ ଅନୁରାଧା ତାଙ୍କର ଏହି ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅରବିନ୍ଦ ଗୁଳି କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଛାନ୍‌ଭିନ୍ ଚଳାଇବା ସହ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking