38.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ହୋଟେଲରୁ ଖାଲି କରାଯାଉଛି

କରୋନା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ହୋଟେଲରୁ ଖାଲି କରାଯାଉଛି

ପୁରୀ : କରୋନା ମୁକାବିଲା ପାଇଁ ପୁରୀ ପ୍ରଶାସନ ପ୍ରୟାସ ଚଳାଇଛି । ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପୁରୀ ରେ ହାଇଆଲର୍ଟ ଜାରି କରାଯାଇଛି । ପୁରୀ କୁ ଦୈନିକ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ଏହା ଉପରେ ରୋକ ଲଗାଯାଇଛି । ପୁରୀ କୁ ଓଡିଶା ବାହାରୁ ଆସୁଥିବା ବିଭିନ୍ନ ପର୍ଯ୍ୟଟକ ଓ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ପୁରୀ ନ ଆସିବା ପାଇଁ କୁହାଯାଇଛି । ହୋଟେଲ ମାଲିକଙ୍କ ସହ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଭିତରେ ହୋଟେଲ ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏ ସମ୍ପର୍କରେ ଏକ ଆଡଭାଇଜରି ଜାରି ହୋଇଛି । ପରବର୍ତ୍ତୀ ଆଡଭାଇଜରୀ ଜାରି ନ ହେବା ପର୍ଯ୍ୟନ୍ତ ଏହି ଆଡଭାଇଜରୀ ଜାରି ହୋଇଛି । ଏପ୍ରିଲ ୧୫ ଯାଏଁ ସବୁ ହୋଟେଲ ଗୁଡିକର ବୁକିଂ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ବୈଠକରେ କରୋନା ଭୟାବହତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଯଥା ସମ୍ଭବ ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲ ବୁକିଂ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପର୍ଯ୍ୟଟକ ମାନେ ହୋଟେଲ ରେ ଅଛନ୍ତି ସେମାନେ ଯେମିତି ମାସ୍କ ପିନ୍ଧିବେ ଓ ସାନିଟାଇଜର ବ୍ୟବହାର କରିବେ ସେ ଉପରେ ବି ସତର୍କ ଦୃଷ୍ଟି ଦେବାକୁ ନିଷ୍ପତ୍ତି ନିଆଯାଇଛି ।
https://onakhabar.com/2020/03/18/3-more-corona-suspects-admitted-to-scb-15-to-14-samples-negative/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking