28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ପାଇଁ ହାଟ ଉପରେ କଟକଣା ଲଗାଇଲା ଵିଏମସି

କରୋନା ପାଇଁ ହାଟ ଉପରେ କଟକଣା ଲଗାଇଲା ଵିଏମସି

ଭୁବନେଶ୍ୱର : କରୋନା କୁ ନେଇ ସାରା ବିଶ୍ୱ ଆତଙ୍କିତ ଓ ଭୟଭୀତ ଥିବା ବେଳେ ରାଜ୍ୟ ସରକାର ହୋଇଛନ୍ତି ତତ୍ପର । ବିଭିନ୍ନ ପ୍ରକାରର ସଚେତନତା ମୂଳକ କାର୍ଯ୍ୟ କ୍ରମ ଚାଲିଥିବା ବେଳେ ଆଜି କରୋନା ପାଇଁ ହାଟ ଉପରେ କଟକଣା ଲଗାଇଲା ଵିଏମସି । ଭୁବନେଶ୍ୱର ଅଂଚଳରେ ଚାଲୁଥିବା ସମସ୍ତ ହାଟ ପାଇଁ କଟକଣା । ସକାଳ ୬ଟା ରୁ ଖୋଲା ଯାଇ ସନ୍ଧ୍ୟା ୬ ଟା ଯାଏ ବନ୍ଦ ହେବ । ୟୁନିଟ ୧ ହାଟ ,ୟୁନିଟ ୨ ମାର୍କେଟ ,ସହିଦ ନଗର ମାର୍କେଟ ,ରୁଚିକା ଡେଲି ମାର୍କେଟ ,ଓଲଡ଼ ଟାଉନ ଡେଲି ମାର୍କେଟ କଟକଣା । ଏହା ସହ ଇନ୍ଦ୍ରଧନୁ ଡେଲି ମାର୍କେଟ ,ଡମଣା ହାଟ  ପାଇଁ ବି କଟକଣା ଜାରି । ମାର୍ଚ୍ଚ ୩୧ ଯାଏ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବାକୁ ନିର୍ଦେଶ । ଅନ୍ୟ ହାଟ ଗୁଡିକ ବିଷୟରେ ଜଣାଇବାକୁ ଜୋନାଲ ଡିସି ଙ୍କୁ ନିର୍ଦେଶ । ଆବଶ୍ୟକ ହେଲେ ଅନ୍ୟ ହାଟ ଗୁଡିକରେ କଟକଣା ଲଗାଯିବ। ସନ୍ଧ୍ୟା ସମୟରେ ବେଶୀ ଭିଡ ଜମୁଥିବାରୁ କଟକଣା ଲାଗିଛି ବିଏମସି । ଏଣିକି ଭୁବନେଶ୍ୱରରେ ଚାଲୁଥିବା ସମସ୍ତ ହାଟ ସକାଳ ୬ଟାରୁ ଖୋଲାଯାଇ ସଂଧ୍ୟା ୬ଟାରେ ବନ୍ଦ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।ମାର୍ଚ୍ଚ ୩୧ ଯାଏ ଏହି କଟକଣା ଜାରି ରହିବ ବୋଲି ବିଏମ୍‌ସି  କମିଶନର ସୂଚନା ଦେଇଛନ୍ତି।
https://onakhabar.com/2020/03/18/odisha-4-youths-arrested-for-spreading-fake-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking