26.1 C
Bhubaneswar
Wednesday, May 8, 2024
Homeଓଡିଶାସାଲେପୁର ଅଞ୍ଚଳରେ ବ୍ୟାପୁଛି ଟମାଟୋ ଫ୍ଲୁ

ସାଲେପୁର ଅଞ୍ଚଳରେ ବ୍ୟାପୁଛି ଟମାଟୋ ଫ୍ଲୁ

ସାଲେପୁର: ଏବେ ସହରାଞ୍ଚଳ ପରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ ରୋଗ ଦେଖିବାକୁ ମିଳିଛି । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ୧୦ରୁ ଊର୍ଦ୍ଧ୍ୱ ଶିଶୁରୋଗୀ ଆସୁଛନ୍ତି । ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଏହି ରୋଗ ଅଧିକ ହେଉଛି । ଏହି ରୋଗ ହେବା ଦ୍ୱାରା ଶିଶୁର ପାଟି, ହାଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଶୂନ ଫୋଟକା ହେବା ସହ ଘା’ ହୋଇଯାଉଛି । ଏହି ରୋଗ ପାଇଁ ଆବଶ୍ୟକୀୟ ଔଷଧ ବାହାରିନଥିବାବେଳେ ସାଧାରଣ ଚିକିତ୍ସା ପ୍ରଣାଳୀରେ ଶିଶୁଙ୍କୁ ଚିକିତ୍ସା କରାଯାଉଛି । ଏହି ରୋଗ ଏକ ପ୍ରକାର ଡିଆଁ ରୋଗ ବୋଲି ଡାକ୍ତର ଶରତ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ରୋଗ ହେଲେ ପ୍ରଥମେ ଶିଶୁର ପାଟି, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଶୂନ ଫୋଟକା ପରି ଫଳିଯିବା ସହ ଜ୍ୱର ରହୁଛି ।

ପାଟିରେ ଘା’ ହେବାରୁ ଶିଶୁମାନଙ୍କର ଖାଇବାରେ ଅସୁବିଧା ହେବାରୁ ସେମାନେ ଦୁର୍ବଳ ହୋଇପଡୁଛନ୍ତି । ଏହା ସାଧାରରତଃ ୫ରୁ ୭ ଦିନ ମଧ୍ୟରେ ଭଲ ହେଉଛି । ଡାକ୍ତର ମହାନ୍ତିଙ୍କ ପରାମର୍ଶ ଅନୁଯାୟୀ ଯେଉଁ ଶିଶୁକୁ ଏହି ରୋଗ ହୋଇଥିବ, ତାକୁ ଅନ୍ୟ ଶିଶୁର ସଂସ୍ପର୍ଶରୁ ଦୂରେଇ ରଖିଲେ ଏହା ବ୍ୟାପିନଥାଏ । ଯେଉଁ ଶିଶୁଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ତା’ଠାରେ ଏହି ରୋଗ ଦେଖାଯାଇନଥାଏ । ୧୦ବର୍ଷ ବୟସରୁ ଅଧିକ ବୟସର ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ତାଙ୍କ ଠାରେ ଦେଖାଯାଇନଥାଏ । ବିଶେଷ କରି ଟମାଟୋ ଫ୍ଲୁ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଦେଖାଦେଇଥାଏ ।

ଅପରପେକ୍ଷ ରାଜ୍ୟରେ କରୋନା ଗ୍ରାଫ୍ ତଳକୁ ଖସୁଥିବା ବେଳେ ‘ଟମାଟୋ ଫ୍ଲୁ’ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ କିଛି ଜିଲ୍ଲାରେ ଏଥିରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଏକ ଭାଇରାଲ ରୋଗ । ଏଥିରେ ଅଧିକ ବିଚଳିତ ନହେବା ଉଚିତ୍ । ଏହି ରୋଗର ଲକ୍ଷଣ ତଥା ଏଥିରେ ଆକ୍ରାନ୍ତ ପିଲାମାନଙ୍କୁ ଭୋକ ହେବ ନାହିଁ । ଫଳରେ ପିଲା କିଛି ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ନାଲି ପଡ଼ି ଫଳିଯିବ ଏବଂ ଜ୍ୱର ହେବ ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏଭଳି କେତେ କେସ ଅଛି ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଥିଲା । ଆରଏମଆରସି ପକ୍ଷରୁ ଏହି ଭାଇରସର ଚିହ୍ନଟ କରିବା ଲାଗି ପରୀକ୍ଷା କରାଯିବ । ଆକ୍ରାନ୍ତ ରୋଗୀଙ୍କର ନମୁନା ସଂଗ୍ରହ କରାଯାଇ ଆରଏମଆରସ ପଠାଯିବ । ନମୂନା ପରୀକ୍ଷା ହେବା ପରେ ସବୁ ସ୍ପଷ୍ଟ ହୋଇଯିବ । ଏ ଦିଗରେ ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲୋଚନା ଜାରି ରହିଛି । ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡ ମିଶ୍ର କହିଛନ୍ତି । ଏହାବ୍ୟତୀତ ସାମାଜିକ ଦୂରତ୍ୱ ଏବଂ ସଚେତନ ହେବା ସମ୍ପର୍କରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking