28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ: କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ଓ ଥରୁର୍‌

ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ: କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ଓ ଥରୁର୍‌

ନୂଆଦିଲ୍ଲୀ : ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୩୦କୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ପଦ ପାଇଁ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ପାଲଟିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇ ଦୌଡରୁ ଓହରିଯାଇଛନ୍ତି । ଫଳରେ ଏହି ଲଢେଇ ମୁଖ୍ୟତଃ ଅନ୍ୟ ଦୁଇ ବରିଷ୍ଠ ନେତା ଦିଗବିଜୟ ସିଂହ ଓ ଶଶି ଥରୁର୍‌ଙ୍କ ମଧ୍ୟରେ ଚାଲିବ ବୋଲି ଆଶା କରାଯାଉଛି । ଏହି ଦୁଇ ଆଶାୟୀ ପ୍ରାର୍ଥୀ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ।

ଏହି ଦୁଇ ନେତାଙ୍କ ନାମକୁ ହାଇକମାଣ୍ଡ ମୋହର ମାରିନଥିବାବେଳେ ବର୍ତ୍ତମାନ ଅନ୍ୟ ଜଣେ ନେତା ଦୌଡରେ ସାମିଲ ହେବାର ସମ୍ଭାବନା ଦେଖାଦେଇଛି । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ମୁକୁଲ ୱାସ୍‌ନିକ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ ବୋଲାଉଥିବା ୱାସ୍‌ନିକ ଜଣେ ଅଭିଜ୍ଞ ରାଜନେତା । ୱାସ୍‌ନିକ ଯଦିଓ ସଭାପତି ନିର୍ବାଚନ ଲଢିବାକୁୁ ଘୋଷଣା କରିନାହାନ୍ତି, ତଥାପି ତାଙ୍କୁ ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଭାବେ ଛିଡା କରିବାକୁ ହାଇକମାଣ୍ଡ ମନେ ମନେ ସ୍ଥିର କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ତେବେ ଏହି ପ୍ରକ୍ରିୟାରେ ଆଉ ଏକ ସମସ୍ୟା ମୁଣ୍ଡ ଟେକୁଥିବା କୁହାଯାଇଛି । ଅତୀତରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି କଂଗେଗ୍ରସର ଯେଉଁ ୨୩ ଜଣ ନେତା (ଜି-୨୩) ସୋନିଆଙ୍କ ନିକଟରେ ଫେରାଦ ହୋଇଥିଲେ, ସେମାନଙ୍କ ମଧ୍ୟରେ ୱାସ୍‌ନିକ ହେଉଛନ୍ତି ଅନ୍ୟତମ ।

ଏହି ପରିପ୍ରେକ୍ଷୀରେ ୱାସ୍‌ନିକ ସଭାପତି ନିର୍ବାଚନ ଲଢିବାକୁ ରାଜି ହେବେ କି ନାହିଁ, ସେଥିନେଇ ହାଇକମାଣ୍ଡ ଦ୍ୱନ୍ଦ୍ୱରେ ଅଛନ୍ତି । ୱାସ୍‌ନିକଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦିଗବିଜୟ ଓ ଥରୁର୍ ପରସ୍ପରକୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବନ୍ଧୁତ୍ୱପୂର୍ଣ୍ଣ ଲଢେଇରେ ଯିଏ ବିଜେତା ହେଉ ନା କାହିଁକି, ଏହାକୁ କଂଗ୍ରେସର ବିଜୟଭାବେ ବିବେଚନା କରାଯିବ ବୋଲି ଥରୁର୍ ଟ୍ୱିଟ୍‌କରି କହିଛନ୍ତି । ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରଖ ଧାର୍ଯ୍ୟ କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ଅକ୍ଟୋବର ୧୭ରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇ ୧୯ରେ ଫଳାଫଳ ଘୋଷଣା କରାଯିବ । ଯଦି କୌଣସି ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୁଅନ୍ତି, ତେବେ ୧୭ରେ ଭୋଟଗ୍ରହଣର ଆବଶ୍ୟକତା ପଡିବ ନାହିଁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking