34.1 C
Bhubaneswar
Thursday, April 25, 2024
Homeଓଡିଶା+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ

+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନଷ୍ଟାଣ୍ଟ(ତତ୍କାଳ) ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଏଥିରେ ମୋଟ୍ ୧୧୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୦୯୦ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । କଳାରେ ୯୩.୧୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୮୧.୯୮%, ବିଜ୍ଞାନରେ ୮୮% ଓ ଧନ୍ଦାମୂଳକରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ମୋଟ ୯୨୧ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେଇଥଛବା ବେଳେ ସେମାନଙ୍କ ମଧ୍ୟରୁ ମଧ୍ୟରୁ ୮୫୮ଜଣ ପାସ୍ କରିଛନ୍ତି ।

ସେଥିରୁ ୧୩୪ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟର ୬୧ ଜଣଙ୍କ ମଧ୍ୟରୁ ୫୦ ପାସ୍ କରିଛନ୍ତି । ସେଥିରୁ ୭ଜଣ ପ୍ରଥମ ଶ୍ରେରୀରେ ପାସ୍ କରିଛନ୍ତି । ବିଜ୍ଞାନର ୧୨୫ ଜଣଙ୍କ ମଧ୍ୟରୁ ୧୧୦ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ତେବେ ବିଜ୍ଞାନରେ ଛାତ୍ରଙ୍କ ପାସ୍‌ହାର ୮୪.୨୧% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୩.୮୭ପ୍ରତିଶତ ରହିଛି । ମୋଟ ଉପରେ ୨୬ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକଶିକ୍ଷାରେ ୮୦ ଜଣଙ୍କ ମଧ୍ୟରୁ ୭୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ଉପରେ ୩୭ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୩୫ ଜଣ ଛାତ୍ର ପାସ୍ କରିଛନ୍ତି । ଏଥିରେ ଛାତ୍ରୀଙ୍କ ପାସହାର ସର୍ବାଧିକ ୯୦.୨୪% ରହିଛି । ସେହିପରି ପ୍ରଥମଶ୍ରେଣୀରେ ୧୪ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ଜଣାପଡ଼ିଛି । ଚଳିତ ବର୍ଷର ପାସ୍ ହାର ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking