26.1 C
Bhubaneswar
Wednesday, May 8, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗ ଉପନିର୍ବାଚନରେ ବାବୁଲ ସୁପ୍ରିୟୋ ଓ ଶତ୍ରୁଘ୍ନ ସିହ୍ନାଙ୍କ ବାଜିମାତ

ପଶ୍ଚିମବଙ୍ଗ ଉପନିର୍ବାଚନରେ ବାବୁଲ ସୁପ୍ରିୟୋ ଓ ଶତ୍ରୁଘ୍ନ ସିହ୍ନାଙ୍କ ବାଜିମାତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ନିର୍ବାଚନରେ ଟିଏମସିର ବାଜିମାତ୍ । ବାଲିଗଞ୍ଜ ବିଧାନସଭା ସିଟରେ ବାବୁଲ ସୁପ୍ରିଓ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବାବୁଲ ସୁପ୍ରିଓଙ୍କୁ ୪୮ ପ୍ରତିଶତ ମତ ମିଳିଥିବା ବେଳେ ସିପିଆଇଏମ୍ ସାଇରା ଶାହା ଆଲିମ ୩୬ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ପ୍ରାୟ ୩.୭୫ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ବାଲିଗଞ୍ଜ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ।

ଦୁଇ ତୁଙ୍ଗ ନେତାଙ୍କ ବିଜୟ ପରେ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଟ୍ୱିଟ୍ କରି କହିଛନ୍ତି, ବିପୁଳ ଭୋଟ ଦେଇଥିବାରୁ ମୁଁ ଆସାନସୋଲ୍ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲିଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ଅନ୍ୟପକ୍ଷରେ ବାବୁଲ ସୁପ୍ରିୟୋ ଟ୍ୱିଟ କରି କହିଛନ୍ତି ଯେ, ଧନ୍ୟବାଦ ବାଲିଗଞ୍ଜ, ଧନ୍ୟବାଦ ଆସାନସୋଲ, ମୁଁ ନିଶ୍ଚିତ ଥିଲି ଯେ ନ୍ୟାୟ ମିଳିବ ଏବଂ ଆସାନସୋଲରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ପରବର୍ତ୍ତୀ ସାଂସଦ ହେବେ । ବର୍ତ୍ତମାନ ମୁଁ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହିତ କାମ କରିବାକୁ ନେଇ ଖୁବ ଉତ୍ସାହିତ । ଏହା ପୂର୍ବରୁ ଭୋଟ୍ ଦେବା ସମୟରେ ଶତ୍ରୁଘ୍ନ ସିହ୍ନା ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୁଁ ଆଜି ବିଜୟ କିମ୍ବା ପରାଜୟ ବିଷୟରେ କହିବି ନାହିଁ । ଆଜି ମୁଁ କହିବି କେବଳ ଗଣତନ୍ତ୍ରର ହିଁ ବିଜୟ ହେଉ । ଲୋକମାନେ ଆଗକୁ ଆସି ମତଦାନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking