31.1 C
Bhubaneswar
Friday, March 29, 2024
Homeଅପରାଧଡାକ୍ତରଙ୍କ ବିରୋଧରେ ୪୮ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ

ଡାକ୍ତରଙ୍କ ବିରୋଧରେ ୪୮ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ

ବ୍ରିଟେନ : ବ୍ରିଟେନ୍‌ରେ ଜଣେ ଭାରତୀୟ ବଂଶୋଦ୍ଧଭ ୪୮ ମହିଳାଙ୍କ ସହିତ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗ୍ଲାସଗୋ ହାଇକୋର୍ଟର ବେଞ୍ଚ ଏହି ମାମଲାରେ ଶୁଣାଣି କରି କୃଷ୍ଣ ବଲ୍ଲଭ ପ୍ରସାଦ ସିଂ(୭୨)ଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ମାସରେ ତାଙ୍କ ଦଣ୍ଡ ଶୁଣାଣି ହେବ । ଡ. କୃଷ୍ଣ ବଲ୍ଲଭ ବିହାରର ବାସିନ୍ଦା ଅଟନ୍ତି । ୧୯୮୩ ସମିହାରୁ ୨୦୧୮ ମଧ୍ୟରେ ନାବଳିକା ସମେତ ଅନ୍ୟ ବହୁ ମହିଳାଙ୍କୁ ଯୌନ ନିର୍ଜାତନା ଦେଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଗାମୀ ମାସରେ ତାଙ୍କ ଦଣ୍ଡାଦେଶ ଶୁଣାଣି ହେବ ।

ଡାକ୍ତର କୃଷ୍ଣ ବଲ୍ଲଭ ୧୯୭୪ ମସିହାରେ ବିହାରର ପାଟଣା ମେଡିକାଲ କଲେଜରେ ଏମବିବିଏସ ପାଠପଢା ସାରିଥିଲେ । ୧୯୭୬ ମସିହାରେ ପ୍ରାକ୍ଟିସ୍ ପାଇଁ ବ୍ରିଟେନରେ ସେ ତାଙ୍କ ନାମ ପଞ୍ଜିକରଣ କରିଥିଲେ । ତେବେ ତାଙ୍କ ବିରୋଧରେ ଯୌନ ଶୋଷଣର ମାମଲା ଆସିବା ପରେ ତାଙ୍କୁ ମେଡିକାଲ କାଉନସେଲିଂ ସସପେଣ୍ଡ କରିଦେଇଥିଲା । ସେପଟେ ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖାରଜ କରି ଡାକ୍ତର କହିଛନ୍ତି ଯେ, ତାଙ୍କର ରୋଗୀଙ୍କୁ ଚିକତ୍ସା କରିବାର ଉପାୟ ସେହିଭଳି ଅଟେ ।

ଯାହା ଭାରତରେ ମେଡିକାଲ ପଢିବା ସମୟରେ ସେ ଶିଖିଥିଲେ । ତେବେ ତାଙ୍କ ପାଖକୁ ଆସିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ତାଙ୍କୁ ଚିକିତ୍ସା କରିବା ସମୟରେ ତାଙ୍କ ସ୍କର୍ଟକୁ ଛୁଇଁଥିଲେ, ତାଙ୍କୁ ଚୁମା ଦେବାକୁ ଚେଷ୍ଟା କରୁଥିଲେ ଏବଂ ତାଙ୍କର ଖରାପ ଉପାୟରେ ପରୀକ୍ଷଣ କରିଥିଲେ । ଏପରିକି ଚିକିତ୍ସା ସମୟରେ ସେ ଅଭଦ୍ର ଭାଷା ମଧ୍ୟ ପ୍ରୟୋଗ କରୁଥିବାର ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking